ପାକିସ୍ତାନ ଉପରେ ହୋଇଥିବା ଆକ୍ରମଣକୁ ଆମେରିକାର ନିନ୍ଦା

ଓ୍ବାଶିଂଟନ,୨ା୮: ମିଳିତ ଜାତିସଂଘ ଏବଂ ଆମେରିକା ପାକିସ୍ତାନରେ ହୋଇଥିବା ଆତ୍ମଘାତୀ ଆକ୍ରମଣକୁ ନିନ୍ଦା କରିଛନ୍ତି। ରବିବାର ଖାଇବର ପାଖୁତୁନ୍‌ଖଓ୍ବା ପ୍ରଦେଶର ଜାମିଆତ ଉଲେମା ଇସଲାମ-ଫଜଲର ଏକ ରାଜନୈତିକ ସମ୍ମିଳନୀରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୫୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜାତିସଂଘ ସାଧାରଣ ସଭାର ସଭାପତି ସି କୋରୋସି ଖାଇବର ପ୍ରଦେଶରେ ହୋଇଥିବା ଆତ୍ମଘାତୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି।

ପୀଡ଼ିତ ପରିବାର, ସରକାର ଏବଂ ପାକିସ୍ତାନବାସୀଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଆତଙ୍କବାଦ ଏହାର ସମସ୍ତ ରୂପରେ ଅଯୌକ୍ତିକ ଅଟେ। ଯିଏ ବି ଏପରି ଘଟଣା ଘଟାଇ ଥାଉନା କାହିଁକି ଏହା ଅନୁଚିତ ବୋଲି ସେ କହିଛନ୍ତି।

Share