ଭାରତ ସହ ଜେଟ୍‌ ଇଞ୍ଜିନ ନିର୍ମାଣକୁ ମଞ୍ଜୁରୀ ଦେଲା ଆମେରିକା ସଂସଦ

ଓ୍ବାଶିଂଟନ୍‌,୨।୯: ଆମେରିକା ସଂସଦ ଜିଇ ଏରୋସ୍ପେସ ଏବଂ ହିନ୍ଦୁସ୍ତାନ ଏରୋନେଟିକାଲ ଲିମିଟେଡ (ଏଚଏଏଲ)ର ସହଭାଗିତାରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ପାଇଁ ଇଞ୍ଜିନ ଉତ୍ପାଦନକୁ ସବୁଜ ସଙ୍କେତ ଦେଇଛି। ଜୁନ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ଜିଇ ଏବଂ ଏଚଏଏଲ ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ଏହି ଚୁକ୍ତିନାମା ଭାରତ ଏବଂ ଆମେରିକା ମଧ୍ୟରେ ବଢୁଥିବା ପ୍ରତିରକ୍ଷା ସହଭାଗୀତାର ପ୍ରତୀକ ଭାବରେ ବିବେଚନା କରାଯାଏ। ଏଥିରେ ଯୁଦ୍ଧ ବିମାନ (ଏଲସିଏ) ଏମ୍‌କେ-୨ ପାଇଁ ଏଫ୍‌-୪୧୪ଜେଟ୍‌ ଇଞ୍ଜିନର ସ୍ଥାନୀୟ ଉତ୍ପାଦନ ସାମିଲ ରହିଛି।

Share