Categories: ଜାତୀୟ

ଆମେରକା ସାଂସଦ ଇଲହାନଙ୍କ ଭାରତ ବିରୋଧୀ ମନ୍ତବ୍ୟ ଉପରେ କଡା ଜବାବ ଦେଲେ ପ୍ରିୟଙ୍କା ଚର୍ତୁବେଦୀ

ନୂଆଦିଲୀ,୨୮।୯: ଆମେରିକାର କଂଗ୍ରେସ ସାଂସଦ ଇଲହାନ ଓମାର ବିଭିନ୍ନ ପ୍ରସଙ୍ଗରେ ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ଜଣାଶୁଣା। ବର୍ତ୍ତମାନ ସେ ଭାରତ-କାନାଡା ବିବାଦ ଉପରେ ମନ୍ତବ୍ୟ ରଖିଛନ୍ତି। ଶିଖ ବିଚ୍ଛିନ୍ନତାବାଦୀ ନେତା ହାର୍ଦ୍ଦିକ ସିଂ ନିଜ୍ଜାରଙ୍କ ହତ୍ୟା ମାମଲାରେ ତଦନ୍ତ ପାଇଁ ଭାରତ କାନାଡାକୁ ସମର୍ଥନ କରିବା ଉଚିତ ବୋଲି ଇଲହାନ କହିଛନ୍ତି। ଡେମୋକ୍ରାଟ ନେତା ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଏପରି ଅପରେଶନ ଆମେରିକାରେ ହୋଇଛି କି ନାହିଁ ଏନେଇ ସୂଚନା ଦେବାକୁ ଆମେ ଅନୁରୋଧ କରୁଛୁ।

ତେବେ ଇଲହାନଙ୍କ ଟ୍ବିଟରେ ରାଜ୍ୟସଭା ଏମପି ପ୍ରିୟଙ୍କା ଚର୍ତୁବେଦୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯଦି ଏପରି ଘଟଣା, ତେବେ ଜଣେ ଭାରତୀୟ ସାଂସଦ ଭାବରେ ମୁଁ ବର୍ହିବ୍ୟାପାର ମନ୍ତ୍ରଣାଳୟକୁ ଅନୁରୋଧ କରୁଛି କି, ଇଲହାନ ୨୦୨୨ରେ ପାକିସ୍ତାନ ଦ୍ୱାରା ସଂଗୃହୀତ କରାଯାଇଥିବା ପାଣ୍ଠିରେ ପାକିସ୍ତାନ ଓ ପାକ୍‌ ଅଧିକୃତ କଶ୍ମୀର କିପରି ଗସ୍ତ କରିଥିଲେ ଏହା ଉପରେ ତଦନ୍ତ କରାଯାଉ।

Share