ଚାଇନାରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ସମର୍ଥନ କଲା ଆମେରିକା, କହିଲା ସମସ୍ତଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ସ୍ୱର ଉତ୍ତୋଳନ କରିବାର ଅଧିକାର ରହିଛି

ୱାଶିଂଟନ,୨୯ ।୧୧: ଚାଇନାରେ ଲକଡାଉନକୁ ନେଇ କରାଯାଉଥିବା ବିରୋଧ ପ୍ରଦର୍ଶନକୁ ଆମେରିକା ସମର୍ଥନ କରିଛି । ଆମେରିକା କହିଛି ଚାଇନାରେ ଚାଲୁଥିବା ‘ଜିରୋ କୋଭିଡ ନୀତି’ କୌଣସି କାମ କରିବ ନାହିଁ । ଆମେ ଭାବୁଛୁ କି ଚାଇନାର ଜିରୋ କୋଭିଡ ନୀତି ଏହି ମାହାମାରୀକୁ ନିୟନ୍ତ୍ରଣ କରିବାକୁ ସମ୍ଭବ ହେବ ନାହିଁ । ଆମେ ବିଶ୍ୱର ଯେ କୌଣସି ଦେଶରେ ଚାଲିଥିବା ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନକୁ ସମର୍ଥନ କରୁଛୁ ବୋଲି ଆମେରିକା କହିଛି । ଆମେରିକା କହିଛି ଚାଇନାର କିଛି ଅଞ୍ଚଳରେ ‘ଜିରୋ କୋଭିଡ ନୀତି’ ବିରୋଧରେ ପ୍ରଦର୍ଶନ ହେଉଛି । ଏହି ନୀତି ଆଧାରରେ ଚାଇନାର କୌଣସି ଅଞ୍ଚଳରେ କରୋନା ସଂକ୍ରମିତ ଦେଖାଦେଲେ ତାହାକୁ ସମ୍ପୂର୍ଣ୍ଣ ଭାବେ ସିଲ୍ କରି ଦେଉଛି ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ହ୍ୱାଇଟ ହାଉସର ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ସମନ୍ୱୟକ ଫର ଷ୍ଟ୍ରାଟେଜିକ କୁମ୍ୟନିକେଶସ ଜନ କିର୍ବି ଏକ ଖବରଦାତା ସମ୍ବିଳନୀରେ କହଛନ୍ତି ସଂଯୁକ୍ତ ରାଷ୍ଟ୍ର ଆମେରିକା ଚାଇନା ଘଟଣା ଉପରେ ଅତି ପାଖରୁ ନଜର ରଖିଛି । କିର୍ବି କହିଛନ୍ତି, ଆମେରିକା ଏବେ ପର୍ଯ୍ୟନ୍ତ ଚାଇନାକୁ କୌଣସି ସାହଯ୍ୟର ହାତ ବଢାଇ ନାହିଁ ।

Share