ଆମେରିକାରେ ଭିନ୍ନ ବିବାହ: ଦମ୍ପତି ପରସ୍ପରକୁ ଡିଜିଟାଲରେ ପିନ୍ଧାଇଲେ ରିଙ୍ଗ୍‌

ଆମେରିକାର କାଲିଫର୍ନିଆ ରାଜ୍ୟରେ ଏକ ଭିନ୍ନ ବିବାହ ଦେଖିବାକୁ ମିଳିଛି। ଏଠାରେ ଏକ ଦମ୍ପତି ରେବେକୋ ରୋଜ ଏବଂ ପିଟର କାଚେରଗିନସ୍କି ଆମେରିକାର କ୍ରିପ୍ଟୋ କରେନ୍ସି ଏକ୍ସଚେଞ୍ଜ ପ୍ଲାଟଫର୍ମରେ କାମ କରନ୍ତି। ଉଭୟ ଗତ ୧୪ ତାରିଖରେ ପରସ୍ପରଙ୍କୁ ଡିଜିଟାଲ ରିଙ୍ଗ୍‌ ପିନ୍ଧାଇଛନ୍ତି, ଯାହାକି ଏନ୍‌ଏଫ୍‌ଟି (ନନ୍‌ ଫଙ୍ଗେବୁଲ ଟୋକନ) ରୂପେ ଥିଲା।
ରେବୋକୋ ଟୁଇଟରରେ ଜଣାଇଛନ୍ତି ଯେ, ଏହି ମୁଦି ଏକ ବ୍ଲାକଚେନ୍‌ ଭାବେ ରହିଛି, ଯାହାଫଳରେ ଦୁନିଆରେ କେହି ବି ବ୍ୟକ୍ତି ସେମାନଙ୍କ ଭଲପାଇବାକୁ ଜାଣିପାରିବ। ଏହି ମୁଦି ବର୍ତ୍ତମାନ ପରସ୍ପରର କ୍ରିପ୍ଟୋକରେନ୍ସି ଓ୍ବାଲେଟରେ ରହିଛି। ଏହି ବିବାହରେ କେବଳ ଉଭୟଙ୍କ ରିଙ୍ଗ ନୁହେଁ ବରଂ ଉଭୟ ଭର୍ଚୁଆଲି ଶପଥ ନେଇଛନ୍ତି। ଆହୁରି ମଧ୍ୟ ରେବୋକୋ କହିଛନ୍ତି ଯେ, ଯେହେତୁ ଉଭୟ କ୍ୱାଇନବେସ୍‌ରେ କାମ କରୁଛନ୍ତି ତେଣୁ ବିବାହ କଣ୍ଟ୍ରାକ୍ଟ ମଧ୍ୟ ଉପସ୍ଥିତ ରହିଛି।
ସମସ୍ତ ବିଷୟକୁ ବ୍ୟକ୍ତିଗତ କରିବା ପାଇଁ ଏହି ଏନ୍‌ଏଫ୍‌ଟିର ନାମ ‘ତବାତ’ ରହିଛି। ହିବ୍ରୁ ଭାଷାରେ ଏହାର ଅର୍ଥ ରିଙ୍ଗ୍‌ ଅଟେ। ଏଥିରେ ଏକ ଭିଡିଓ ମଧ୍ୟ ରହିଛି, ଯେଉଁଥିରେ ଉଭୟ ଶପଥ ନେଉଥିବା ଦେଖିବାକୁ ମିଳୁଛି। ତାଙ୍କର ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ପୋଷ୍ଟକୁ ରିଟୁଇଟ୍‌ ମଧ୍ୟ କରୁଛନ୍ତି।

Share