ନ୍ୟୁୟର୍କ,୧୯।୧୦: ଭାରତୀୟ ବ୍ୟାଙ୍କରୁ ରୁଣ ନେଇ ବିଦେଶ ପଳାଇଥିବା ହୀରା ବ୍ୟବସାୟୀ ନୀରବ ମୋଦି ଆମେରିକାର ନ୍ୟୁୟର୍କର ଏକ କୋର୍ଟରୁ ବଡ଼ ଝଟ୍କା ଲାଗିଛି। କୋର୍ଟ ନୀରବ ମୋଦି ଏବଂ ତାଙ୍କ ସହଯୋଗୀଙ୍କ ପକ୍ଷରୁ ଠକେଇ ଅଭିଯୋଗକୁ ଖାରଜ କରିବା ପାଇଁ କରିଥିବା ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।
ପଳାତକ ବ୍ୟବସାୟୀ ନୀରବ ମୋଦିଙ୍କ ବିରୋଧରେ ଏହି ଡକେଇ ଅଭିଯୋଗ ରିଚାର୍ଡ ଲେଭିନଙ୍କ ପକ୍ଷରୁ ଅଣାଯାଇଥିଲା। ଏହି ଅଭିଯୋଗ କୋର୍ଟ ପକ୍ଷରୁ ତିନିଟି ଆମେରିକୀୟ କର୍ପୋରେସନ୍ ଫାୟାରଷ୍ଟାର ଡାଇମଣ୍ଡ, ଫାଣ୍ଟାସୀ ଇଙ୍କ୍ ଏବଂ ଏ ଜାଫର ଟ୍ରଷ୍ଟି ଭାବରେ ନିଯୁକ୍ତ ହୋଇଥିଲେ। ଏହି ତିନୋଟି କର୍ପୋରେସନ୍ ପୂର୍ବରୁ ନୀରବ ମୋଦିଙ୍କର ଥିଲା। ମୋଦି ଏବଂ ତାଙ୍କ ସହଯୋଗୀ ମିହିର ବନସାଲୀ ଏବଂ ଅଜୟ ଗାନ୍ଧୀଙ୍କ ରୁଣ ନେଇଥିବା କ୍ଷତି ପାଇଁ ଲେଭିନ ସର୍ବନିମ୍ନ ୧.୫ ମିଲିୟନ ଡଲାର କ୍ଷତିପୂରଣ ମାଗିଥିଲେ।