ଏଲନ ମସ୍କଙ୍କୁ ଝଟକା, ନିଜ କମ୍ପାନୀ ଠାରୁ ନେଇପାରିବେନି ଏତେ ଟଙ୍କା

ଓ୍ବାଶିଂଟନ,୩୧।୧: ଆମେରିକାର ଏକ ଅଦାଲତ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। କୋର୍ଟ ମସ୍କଙ୍କୁ ତାଙ୍କର ବୈଦ୍ୟୁତିକ ଯାନ କମ୍ପାନୀ ଟେସଲା ଠାରୁ ମିଳିବାକୁ ଥିବା ହଜାର ହଜାର କୋଟି ଟଙ୍କାର ବିପୁଳ ପ୍ୟାକେଜ ଉପରେ ବିରୋଧ କରିଛନ୍ତି। କୋର୍ଟଙ୍କ ମତରେ, ମସ୍କ ତାଙ୍କ କମ୍ପାନୀଠାରୁ ଏତେ ଟଙ୍କା ନେବାକୁ ହକଦାର ନୁହଁନ୍ତି।

ଟେସଲା ବୋର୍ଡ ଏଲନ ମସ୍କଙ୍କୁ ନୂତନ ପ୍ୟାକେଜକୁ ଅନୁମୋଦନ କରିଥିଲେ। ମସ୍କଙ୍କ ଏହି ପ୍ୟାକେଜ ମୂଲ୍ୟ ୫୫ ବିଲିୟନ ଡଲାରରୁ ଅଧିକ। ଭାରତୀୟ ମୁଦ୍ରାରେ ଏହାର ପରିମାଣ ୪୫,୭୦୦ କୋଟିରୁ ଅଧିକ। ଏଫୋର୍ବସର ରିଅଲଟାଇମ ବିଲିୟନେୟାର ତାଲିକା ଅନୁଯାୟୀ ବର୍ତ୍ତମାନ ଦୁନିଆରେ କେବଳ ୨୬ ଜଣ ଲୋକ ଅଛନ୍ତି । ଯାହାଙ୍କ ମୋଟ ସମ୍ପତ୍ତି ୪୫ ବିଲିୟନ ଡଲାରରୁ ଅଧିକ ରହିଛି। ଭାରତରେ କେବଳ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ମୋଟ ସମ୍ପତ୍ତି ଏହି ସଂଖ୍ୟାଠାରୁ ଅଧିକ।

ମସ୍କଙ୍କ ପ୍ୟାକେଜ ପାଇଁ ଦିଆଯାଇଥିବା ଏକ ଚ୍ୟାଲେଞ୍ଜର ଶୁଣାଣି କରି ଡେଲାୱେର୍‌ କୋର୍ଟ କହିଛନ୍ତି ଯେ, ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଟେସଲାରେ ନିଜ ପ୍ୟାକେଜ ଉପରେ ପ୍ରଭାବ ପକାଇଛନ୍ତି। କୋର୍ଟଙ୍କ ଅନୁଯାୟୀ, ମସ୍କଙ୍କ ପ୍ୟାକେଜରେ ତ୍ରୁଟି ରହିଛି। କମ୍ପାନୀ ତରଫରୁ ପ୍ୟାକେଜ ବୁଝାମଣା କରୁଥିବା ଲୋକଙ୍କ ସହିତ ମସ୍କଙ୍କ ଗଭୀର ସମ୍ପର୍କ ଅଛି । ଏହିପରି ଭାବରେ ସେ ନିଜସ୍ବ ଅନୁଯାୟୀ ପ୍ୟାକେଜ ସର୍ତ୍ତାବଳୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ବିଶାଳ ପ୍ୟାକେଜକୁ ବୋର୍ଡ ଦ୍ୱାରା ଅନୁମୋଦିତ କରାଇଛନ୍ତି। ଏହା କମ୍ପାନୀର ସ୍ବାର୍ଥରେ ନୁହେଁ।

Share