ଓ୍ବାଶିଂଟନ,୨୬।୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଅଡୁଆ କମିବାର ନାଁ ନେଉନି। ଟ୍ରମ୍ଫ ଏବେ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି। ହେଲେ ଏହା ପୂର୍ବରୁ ତାଙ୍କୁ କୋର୍ଟର ସାମ୍ନା କରିବାକୁ ପଡିବ। ଷ୍ଟାମର୍ମି ଡେନିଏଲ୍ସ ମାମଲାରେ ଅଭିଯୋଗର ସାମ୍ନା କରୁଥିବା ଟ୍ରମ୍ଫଙ୍କୁ ଏବେ ଜଣେ ପୂର୍ବତନ ସ୍ତମ୍ଭକାର ଇ ଜିନ କ୍ୟାରୋଲଙ୍କ ମାମଲାରେ ବି କୋର୍ଟରେ ଶୁଣାଣିର ସମାନା କରିବାକୁ ପଡୁଛି।
ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ମାମଲାର ଶୁଣାଣି କରୁଥିବା ଆମେରିକାର ଏକ କୋର୍ଟ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପ ପୂର୍ବତନ ଆମେରିକା ସ୍ତମ୍ଭକାର ଇ ଜିନ କ୍ୟାରୋଲଙ୍କ ସହ ବଳାତ୍କାର କରିବା ସହ ପରେ ଅପମାନ ଜନକ ଟିପ୍ପଣି କରି ତାଙ୍କୁ ପରିହାସ କରିଥିଲେ। ଡୋନାଲ୍ଡ ଟ୍ରମ୍ଫଙ୍କ ଓକିଲ ବହୁପ୍ରତିକ୍ଷିତ କାର୍ଯ୍ୟାନୁଷ୍ଠାନର ଆରମ୍ଭରେ ତର୍କ କରିଥିଲେ କି ଜିନ କ୍ୟାରୋଲ ଏସବୁ ଅଧିକ ଅର୍ଥ ଓ ନାମ କମାଇବାକୁ କରିଛନ୍ତି।