ଓ୍ବାଶିଂଟନ,୫।୩ : ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ମୂଳ ଭାରତୀୟ ନିକ୍କି ହେଲି ନିଜ ଦଳର ଦୁଇ ପୂର୍ବତନ ରାଷ୍ଟ୍ରପତିଙ୍କ ଯୋଗୁ ଦେଶର ଋଣବୋଝ ବଢ଼ି ୩୧ ଟ୍ରିଲିୟନ ଡଲାର ବୃଦ୍ଧି ପାଇଥିବା ନେଇ ନିନ୍ଦା କରିଛନ୍ତି। ରିପବ୍ଲିକାନ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ନିକ୍କି ଦାବି କରୁଛନ୍ତି। ସେ ନିଜ ଦଳର ଦୁଇ ପୂର୍ବତନ ରାଷ୍ଟ୍ରପତିଙ୍କୁ ଲଭାତାର ଟାର୍ଗେଟ କରୁଛନ୍ତି॥ ଏଥିରେ ଜର୍ଜ ଡବ୍ଲୁ ବୁଶ ଏବଂ ଡୋନାଲ୍ଡ ଟ୍ରମ୍ପ ଅଛନ୍ତି। ନିକ୍କି କହିଛନ୍ତି ଯେ ଉଭୟେ ବହୁ ପରିମାଣରେ ଖର୍ଚ୍ଚ କରିଛନ୍ତି ଯେଉଁଥିପାଇଁ ଦେଶର ଋଣ ବୃଦ୍ଧି ପାଇଛି। ସେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି।
ନିକ୍କି କହିଛନ୍ତି ଯେ ଯେତେବେଳେ ସେ ୨୦୧୦ ରେ ଉତ୍ତର କାରୋଲିନାର ରାଜ୍ୟପାଳ ଭାବରେ ନିର୍ବାଚିତ ହୋଇଥିଲେ, ସେତେବେଳେ ଜାତୀୟ ଋଣ ୧୩ ଟ୍ରିଲିୟନ ଆମେରିକୀୟ ଡଲାର ଥିଲା। ତେର ବର୍ଷ ପରେ, ଏହି ଋଣ ୩୧ ଟ୍ରିଲିୟନ ଆମେରିକୀୟ ଡଲାରରୁ ଅଧିକ ହୋଇଛି ଏହା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଜୋ ବାଇଡେନଙ୍କ ନୀତି ମଧ୍ୟ ବହୁତ ଖରାପ। ଏହି କାରଣରୁ, ଆଗାମୀ ୧୦ ବର୍ଷରେ ଜାତୀୟ ଋଣ ଆଉ ୨୦ ଟ୍ରିଲିୟନ ଡଲାର ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।