ପ୍ୟାରିସ୍,୧୨ା୬: ଜାତିସଂଘର ସାଂସ୍କୃତିକ ତଥା ବିଜ୍ଞାନ ଭିତ୍ତିକ ସଂସ୍ଥା ୟୁନେସ୍କୋରେ ଆମେରିକା ପୁଣି ଯୋଗଦେବା ନେଇ ସୋମବାର ଘୋଷଣା କରାଯାଇଛି। ଏପରିିକି ବକେୟା ଥିବା ୬୦୦ ନିୟୁତ ଡଲାରରୁ ଊର୍ଦ୍ଧ୍ୱ ପଠ କରିବାକୁ ଓ୍ବାଶିଂଟନ ନିଷ୍ପତ୍ତି ନେଇଛି।
ୟୁନେସ୍କୋ ପାଲେଷ୍ଟାଇନ୍କୁ ସଦସ୍ୟ ଭାବେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେବାରୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା। ୟୁନେସ୍କୋର ନୀତି ନିର୍ଦ୍ଧାରଣ ବିଶେଷ କରି ବିଶ୍ୱରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ପ୍ରଯୁକ୍ତି ଶିକ୍ଷାମାନ ନିର୍ଦ୍ଧାରଣରେ ଚାଇନା ଆମେରିକାର ସ୍ଥାନ ନେବା ପାଇଁ ଉଦ୍ୟମ କରୁଥିତ୍ବାରୁ ଓ୍ବାଶିଂଟନ ପୁନର୍ବାର ଫେରିବା ନିମନ୍ତେ ନିଷ୍ପତ୍ତି ନେଇଥିବା ଜଣେ ଅଧିକାରୀ କହିଛନ୍ତି।