ସ୍ପଷ୍ଟ କଲା ଆମେରିକା: ଅରୁଣାଞ୍ଚଳରେ ଗାଁ ନିର୍ମାଣ କରିଛି ଚାଇନା

ନୂଆଦିଲ୍ଲୀ,୪।୧୧: ଅରୁଣାଞ୍ଚଳ ସଂଲଗ୍ନ ଲାଇନ୍‌ ଅଫ୍‌ ଆକଚ୍ୟୁଆଲ କଣ୍ଟ୍ରୋଲ (ଏଲ୍‌ଏସି) ଭିତରେ ଗାଁ ନିର୍ମାଣ କରିଛି ଚାଇନା। ଏହା ଆମେରିକାର ବାର୍ଷିକ ପ୍ରତିରକ୍ଷା ବିଭାଗର ରିପୋର୍ଟରେ ଦର୍ଶାଯାଇଛି। ଗତ ଜାନୁୟାରୀରେ ସାମ୍ନାକୁ ଆସିଥିବା ଏକ ସାଟେଲାଇଟ୍‌ ଫଟୋରେ ଚାଇନିଜ ଭିଲେଜ ଉପସ୍ଥିତି ପ୍ରଥମ ଥର ଜଣା ପଡ଼ିଥିଲା।

ୟୁଏସ୍‌ କଂଗ୍ରେସ ନିକଟରେ ଗୁରୁବାର ଦାଖଲ କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ, ଏଲ୍‌ଏସି ସଂଲଗ୍ନ ବିବାଦୀୟ ତିବେତ ଅଞ୍ଚଳ ଓ ଭାରତର ଅରୁଣାଞ୍ଚଳରେ ଚାଇନା ଏକ ବଡ଼ ଗାଁ ନିର୍ମାଣ କରିଛି। ସେଥିରେ ପ୍ରାୟ ୧୦୦ ଘର ଅଛି।

ଅରୁଣାଞ୍ଚଳ ପ୍ରଦେଶର ଅପର ସୁବାନସିରି ଜିଲାରେ ଥିବା ସାରି ଚୁ ନଦୀ କୂଳରେ ଅଛି ଏହି ଗାଁ। ଏହି ଅଞ୍ଚଳକୁ ନେଇ ୧୯୬୨ ଯୁଦ୍ଧ ପୂର୍ବରୁ ଭାରତ ଏବଂ ଚାଇନା ମଧ୍ୟରେ ବିବାଦ ଚାଲିଛି।

Share