ଗୋପନୀୟ ଦସ୍ତାବିଜ ରଖିବା ମାମଲା: ଶୀଘ୍ର ଶୁଣାଣି କରିବାକୁ ଦାବି କଲେ ଆମେରିକୀୟ ନ୍ୟାୟ ବିଭାଗ

ଓ୍ବାଶିଂଟନ୍‌,୧୪।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ୍‌ ହାଉସର କିଛି ଗୋପନୀୟ ଦସ୍ତାବିଜ ବେଆଇନ ଭାବେ ଲୁଚାଇ ରଖିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ଏହାର ଶୁଣାଣି କରି ମିଆମି କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ।
ଅନ୍ୟପକ୍ଷରେ ଆମେରିକାର ନ୍ୟାୟ ବିଭାଗ ପକ୍ଷରୁ ଆଇନଜୀବୀ ଜ୍ୟାକ ସ୍ମିଥ ଟ୍ରମ୍ପଙ୍କ ଶୁଣାଣିକୁ ସ୍ଥଗିତ ନ ରଖିବା ପାଇଁ କୋର୍ଟକୁ ଅନୁରୋଧ କରିଛନ୍ତି। ନ୍ୟାୟ ବିଭାଗ କହିଛି ଯେ, ଶୁଣାଣି ବିଳମ୍ବ କରିବା ଆଇନ ଅନୁସାରେ ଠିକ ନୁହେଁ। କିନ୍ତୁ ଟ୍ରମ୍ପଙ୍କ ଓକିଲ ଡିସେମ୍ବର ୧୧ରେ ଶୁଣାଣି କରିବାକୁ ଦାବି କରିଛନ୍ତି।

Share