‘ଭାରତୀୟ ଗଣତନ୍ତ୍ରର ସ୍ପନ୍ଦନ ପସନ୍ଦ’, ଆମେରିକା ରାଷ୍ଟ୍ରଦୂତ କହିଲେ, ‘ଆମର ସମ୍ପର୍କ ଅଧ୍ୟାପକ ଛାତ୍ର ଭଳି ନୁହେଁ’

ଓ୍ବାଶିଂଟନ,୨୧।୭: ବିଶ୍ୱର ସବୁଠାରୁ ଦୁଇଟି ବଡ ଗଣତନ୍ତ୍ର ଦେଶରେ ଆଗାମୀ ବର୍ଷ ନିର୍ବାଚନ ହେବାକୁ ଯାଉଛି। ଆମେରୀକାରେ ଯେତେବେଳେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ ସେପଟେ ଭାରତରେ ସଂସଦ ପାଇଁ ନିର୍ବାଚନ ହେବ। ଏହାକୁ ନେଇ ଭାରତରେ ଥିବା ଆମେରିକାର ରାଷ୍ଟ୍ରଦୂତ ଏରିକ ଗାର୍ସେଟି କହିଛନ୍ତି, ନେତାଙ୍କୁ କେବଳ ନେତୃତ୍ୱ ଓ ପ୍ରଶାସନ ଉପରେ ଧ୍ୟାନ ଦେବା ଦରକାର, ଜନତା ସେମାନଙ୍କ ଧ୍ୟାନ ନିଜେ ରଖିବେ। ଏରିକ ନ୍ୟୁଜ ଏଜେନ୍ସି ପିଟିଆଇକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ‘ମୋତେ ବି ନିର୍ବାଚନ ପସନ୍ଦ କାରଣ ମୁଁ ବି ଜଣେ ନେତା ରହି ସାରିଛି ହେଲେ ନିର୍ବାଚନ ଏମିତି ଏକ ସୁଯୋଗ ଯେଉଁଠାରେ ଲୋକେ ଏହା ପ୍ରମାଣ କରିଥାଆନ୍ତି ଯେ ସେମାନେ ସବୁକୁ ନିୟନ୍ତ୍ରଣ କରିଥାଆନ୍ତି।

ଏରିକ ଭାରତରେ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହେବାର ମାତ୍ର ସାଢେ ତିନି ମାସ ହୋଇଛି, କିନ୍ତୁ ଏତେ କମ ସମୟ ମଧ୍ୟରେ ସେ ଚମତ୍କାର ସକ୍ରିୟତା ପ୍ରଦର୍ଶନ କରିଛନ୍ତି ଏବଂ ଭାରତର ଏକ ଡଜନ ରାଜ୍ୟ ଗସ୍ତ କରିଛନ୍ତି। ଗାର୍ସେଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଦେଖିଲେ ସେ ଭାରତୀୟ ରୋଷେଇ ଏବଂ ଭାରତୀୟ ସଂସ୍କୃତି ଦ୍ୱାରା କେତେ ପ୍ରଭାବିତ ହୋଇଛନ୍ତି ତାହା ପ୍ରକାଶ କରେ। ଗାର୍ସେଟି କହିଛନ୍ତି ଯେ ସେ ଭାରତୀୟ ଗଣତନ୍ତ୍ରର ସ୍ପନ୍ଦନକୁ ପସନ୍ଦ କରନ୍ତି । ଗଣତନ୍ତ୍ର କଷ୍ଟସାଧ୍ୟ ଏବଂ ଏହା ସର୍ବଦା ସିଦ୍ଧ ନୁହେଁ କିନ୍ତୁ ଏହା ନିଜକୁ ଉନ୍ନତ କରିବାକୁ ଚେଷ୍ଟା କରୁଛି।

Share