Categories: ବାଣିଜ୍ୟ

ଶକ୍ତିଶାଳୀ ମୁଦ୍ରା ତାଲିକାରେ ବହୁତ ପଛରେ ଡଲାର, ଟପ୍ ୧୦ ବାହାରେ ଭାରତୀୟ ଟଙ୍କା

ନୂଆଦିଲ୍ଲୀ,୧୭।୧: ଦୁନିଆରେ ସବୁଠାରୁ ଅଧିକ ଲୋକପ୍ରିୟ ହେବା ପରେ ମଧ୍ୟ ଡଲାର ସବୁଠାରୁ ଶକ୍ତିଶାଳୀ ମୁଦ୍ରା ନୁହେଁ। ସେହିପରି ଶକ୍ତିଶାଳୀ ମୁଦ୍ରା ଦୃଷ୍ଟିରୁ ଭାରତର ମୁଦ୍ରା ବିଶ୍ୱର ଶ୍ରେଷ୍ଠ ୧୦ ମୁଦ୍ରା ବାହାରେ ରହିଛି। ଫୋର୍ବସ୍ ଶକ୍ତିଶାଳୀ ମୁଦ୍ରାର ର଼୍ୟାଙ୍କିଙ୍ଗ ପ୍ରକାଶ କରିଛି। ଏହି ର଼୍ୟାଙ୍କିଙ୍ଗରେ ଶକ୍ତିଶାଳୀ ମୁଦ୍ରା ଦୃଷ୍ଟିରୁ ଡଲାର ଦଶମ ସ୍ଥାନରେ ରହିଥିଲା ବେଳେ ଭାରତୀୟ ମୁଦ୍ରା ରୂ୧୫ ତମ ସ୍ଥାନରେ ଅଛି।

ଫୋର୍ବସ୍ ପ୍ରକାଶ କରିଥିବା ତାଲିକାରେ ପ୍ରଥମ ସ୍ଥାନରେ କୁଏତର ଡିନାର ରହିଛି। ଗୋଟିଏ କୁଏତ ଡିନାର ୨୭୦.୨୩ ଟଙ୍କା ଏବଂ ୩ ଡଲାର ସହିତ ସମାନ। ଦ୍ୱିତୀୟ ସ୍ଥାନରେ ଥିବା ଗୋଟିଏ ବାହାରିନ ଡିନାର ୨୨୦.୪ ଟଙ୍କା ଏବଂ ୨.୬୫ ଡଲାର ସହିତ ସମାନ। ତାଲିକାର ତୃତୀୟ ସ୍ଥାନରେ ରହିଛି ଓମାନି ରିଆଲ୍। ଗୋଟିଏ ଓମାନି ରିଆଲ୍ ୨୧୫.୮୪ ଟଙ୍କା ଏବଂ ୨.୬୦ ଡଲାର ସହିତ ସମାନ। ଏହା ପରେ ଜୋର୍ଡାନର ଡିନାର ଚତୁର୍ଥ ସ୍ଥାନରେ ରହିଛି। ଏହି ୧୧୭.୧୦ ଭାରତୀୟ ଟଙ୍କା ଏବଂ ୧.୧୪୧ ଡଲାର ସହିତ ସମାନ। ପଞ୍ଚମ ସ୍ଥାନରେ ଜିବ୍ରାଲ୍ଟର ପାଉଣ୍ଡ ଅଛି ଯାହା ୧୦୫.୫୨ ଟଙ୍କା ଏବଂ ୧.୨୭ ଡଲାର ସହିତ ସମାନ।

ବ୍ରିଟିଶ ପାଉଣ୍ଡର ର଼୍ୟାଙ୍କିଙ୍ଗ ଷଷ୍ଠ ଥାନାରେ ରହିଛି, ଏହା ୧୦୫.୫୪ ଟଙ୍କା ଏବଂ ୧.୨୭ ଡଲାର ସହିତ ସମାନ। ସପ୍ତମ, ଅଷ୍ଟମ ଏବଂ ନବମ ସ୍ଥାନରେ ଯଥାକ୍ରମେ କେମାନ ଦ୍ୱୀପପୁଞ୍ଜ ଡଲାର, ସ୍ୱିସ୍ ଫ୍ରାଙ୍କ ଏବଂ ୟୁରୋ ରହିଛି। ଏହା ପରେ ଡଲାର ଦଶମ ସ୍ଥାନରେ ଡଲାର ରହିଛି। ବର୍ତ୍ତମାନ ଗୋଟିଏ ଆମେରିକୀୟ ଡଲାର ୮୩.୧୦ ଟଙ୍କାରେ କାରବାର କରୁଛି।

ଫୋର୍ବସ୍ ରିପୋର୍ଟ କରିଛି ଯେ ଆମେରିକୀୟ ଡଲାର ହେଉଛି ବିଶ୍ୱସ୍ତରରେ ସର୍ବାଧିକ ବାଣିଜ୍ୟ ହେଉଥିବା ମୁଦ୍ରା। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ୱେବସାଇଟରେ ପ୍ରକାଶିତ ବୁଧବାରର ବିନିମୟ ମୂଲ୍ୟ ଅନୁଯାୟୀ, ଆମେରିକୀୟ ଡଲାର ମୂଲ୍ୟ ୮୨.୯ ଟଙ୍କା ସହିତ ଟଙ୍କା ୧୫ ତମ ସ୍ଥାନରେ ରହିଛି। ଫୋର୍ବସ୍ ଏହା ମଧ୍ୟ କହିଛି ଯେ ସ୍ୱିଜରଲ୍ୟାଣ୍ଡ ଫ୍ରାଙ୍କ, ସ୍ୱିଜରଲ୍ୟାଣ୍ଡ ଏବଂ ଲିଚଟେଷ୍ଟାଇନ୍‌ର ମୁଦ୍ରା ବିଶ୍ୱର ସବୁଠାରୁ ସ୍ଥିର ମୁଦ୍ରା ଭାବରେ ବିବେଚନା କରାଯାଏ।

Share