କାବୁଲରେ ଆମେରିକାର ଡ୍ରୋନ୍‌ ଷ୍ଟ୍ରାଇକ୍‌

କାବୁଲ, ୩୦ା୮: ଆଫଗାନିସ୍ତାନର କାବୁଲସ୍ଥିତ ହମିଦ୍‌ କାର୍‌ଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଆତଙ୍କବାଦୀ ଆକ୍ରମଣ ନେଇ ହାଇଆଲର୍ଟ ଜାରି କରିବା ପରେ ଆମେରିକା ରବିବାର ସେଠାରେ ଡ୍ରୋନ୍‌ ଷ୍ଟ୍ରାଇକ୍‌ କରିଛି। ଏଥିରେ ଜଣେ ଶିଶୁଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଆଫଗାନ୍‌ ପୋଲିସ ପକ୍ଷରୁ କୁହାଯାଇଛି। କାବୁଲସ୍ଥିତ ଖୁଓ୍ବଜା ବୁଘ୍ରାର ଗୁଲାଇ ଅଞ୍ଚଳରେ ଥିବା ଏକ ବାସଭବନରେ ରକେଟ୍‌ ମାଡ଼ ହୋଇଥିବା ଜଣାଯାଇଛି। ବିମାନବନ୍ଦରରେ ବିସ୍ଫୋରଣ ଯୋଜନା କରି ଏକ ଗାଡ଼ିରେ ଏକାଧିକ ଆତ୍ମଘାତୀ ଆତଙ୍କବାଦୀ ଯାଉଥିବାବେଳେ ସେମାନଙ୍କୁ ଟାର୍ଗେଟ କରି ଆମେରିକା ଡ୍ରୋନ୍‌ ଯୋଗେ ଆକ୍ରମଣ କରିଥିବା କହିଛି। ଏଥିଯୋଗୁ ଏକ ବଡ଼ଧରଣର ଆକ୍ରମଣ ଉଦ୍ୟମ ପଣ୍ଡ ହୋଇଛି। ଆତ୍ମଘାତୀଙ୍କ ଉପରେ ଆମେରିକା ରକେଟ ମାଡ଼ କରିଥିବା ତାଲିବାନ୍‌ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ମଧ୍ୟ ସ୍ପଷ୍ଟ କରିଛନ୍ତି। ତେବେ ଅଗଷ୍ଟ ୩୧ ପରେ ଆଫଗାନିସ୍ତାନରେ କୌଣସି ପ୍ରକାର ଷ୍ଟ୍ରାଇକ୍‌ ପାଇଁ ଆମେରିକାକୁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛନ୍ତି।
ଗତ ଗୁରୁବାର କାବୁଲ ବିମାନବନ୍ଦର ବିସ୍ଫୋରଣରେ ୧୩ ଆମେରିକୀୟ ସୈନ୍ୟଙ୍କ ସମେତ ୨ ଶହରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ଘଟିବା ପରେ ସେଠାରେ ପୁଣି ଆକ୍ରମଣ ଆଶଙ୍କା ଥିବା ନେଇ ଆମେରିକା ଡ୍ରୋନ୍‌ ଷ୍ଟ୍ରାଇକ୍‌ କରିବା ପୂର୍ବରୁ କହିଥିଲା। ଆଗାମୀ ୩୬ ଘଣ୍ଟା ମଧ୍ୟରେ ଆତଙ୍କବାଦୀ ଆଉ ଏକ ବିସ୍ଫୋରଣ ଘଟାଇପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରବିବାର କହିଥିଲେ। ଆମେରିକା ସୈନ୍ୟ ସତର୍କ ରହିବା ସହ ନାଗରିକମାନେ ବିମାନବନ୍ଦର ଓ ଆଖପାଖ ଅଞ୍ଚଳକୁ ନ ଯିବାକୁ ସେ ଚେତାଇଥିଲେ। ଏ ନେଇ କାବୁଲ ସ୍ଥିତ ଆମେରିକା ଦୂତାବାସ ପକ୍ଷରୁ ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି। ଏୟାରପୋର୍ଟର ଦକ୍ଷିଣ ଗେଟ୍‌(ଏୟାରପୋର୍ଟ ସର୍କଲ)ରେ ନୂତନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଏବଂ ଉତ୍ତର-ପଶ୍ଚିମ ପାର୍ଶ୍ୱରେ ପଞ୍ଜଶିର ପେଟ୍ରୋଲ ଷ୍ଟେଶନ ନିକଟରେ ଥିବା ଫାଟକଠାରେ ବିସ୍ଫୋରଣ ହେବାର ଯଥେଷ୍ଟ ଆଶଙ୍କା ରହିଥିବା ଦୂତାବାସ ପକ୍ଷରୁ ଜାରି ଆଲର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ହିଜବୁଲ୍ଲାର ରକେଟ ଆକ୍ରମଣରେ ହାହାକାର ଇସ୍ରାଏଲ

ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି। ରବିବାର ଲେବାନନ ଇସ୍ରାଏଲ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର...

ଏବେ ନ ବୁଝିଲେ ଆମକୁ ବି ଭଲଭାବେ ବୁଝାଇ ଆସେ, କାହିଁକି ହିଜବୁଲ୍ଲାକୁ ଏମିତି କହିଲେ ନେତାନ୍ୟାହୁ

ଜେରୁଜେଲମ,୨୨।୯: ମଧ୍ୟ ପୂର୍ବରେ ଯୁଦ୍ଧ ଆରମ୍ଭ ହୋଇଥିବାରୁ ଏହାକୁ ନେଇ ସମଗ୍ର ବିଶ୍ୱରେ ଚିନ୍ତାର ପରିବେଶ ରହିଛି। ନିକଟରେ, ୩୦୦୦ ପେଜର୍‌ ଏବଂ ଡଜନେ ୱାକି-ଟକି...

ଭାଷଣ ଦେବା ସମୟରେ ଷ୍ଟେଜ ଉପରେ ମୋଦିଙ୍କୁ ଭୁଲିଗଲେ ବାଇଡେନ, ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୨।୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭୁଲିଯିବା ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ବୟସ ବଢିବା ଏବଂ ସ୍ମୃତି...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

ପରାସ୍ତ ହେବ ଚାଇନା, କ୍ୱାଡ୍‌ ସମ୍ମିଳନୀରେ ମିଳିଲା ନେତାଙ୍କ ବଡ଼ ସଙ୍କେତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୯: କ୍ୱାଡ୍‌ ନେତାଙ୍କ ମିଳିତ ବିବୃତ୍ତିରେ ବଡ଼ ସଙ୍କେତ ମିଳିଛି। କ୍ୱାଡ୍‌ ଶିଖର ସମ୍ମିଳନୀରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ।...

ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ଦେଲେ ମୋଦି, ଏଥିରେ ରହିଛି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି। ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ...

ଅନୁରା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

କଲମ୍ବୋ,୨୨ା୯: ଶ୍ରୀଲଙ୍କାକୁ ମିଳିଛି ନୂଆ ରାଷ୍ଟ୍ରପତି। ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହୋଇଛନ୍ତି। ନ୍ୟାଶନାଲ ପିପୁଲ ପାଓ୍ବାର(ଏନ୍‌ପିପି) ମେଣ୍ଟର ପ୍ରାର୍ଥୀ ଅନୁରା ୫୩%...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri