ନାଟୋରେ ସ୍ବିଡେନକୁ ସାମିଲ କରିବା ପାଇଁ ଆମେରିକାର ଉଦ୍ୟମ…

ଓ୍ବାଶିଂଟନ,୧୦।୭ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସ୍ବିଡେନକୁ ନାଟୋରେ ଅନ୍ତର୍ଭୁକ୍ତ ହେବା ନେଇ ତୁର୍କୀ ରାଷ୍ଟ୍ରପତି ତାଇପ ଏର୍ଦୋଗନଙ୍କ ସହ ଫୋନରେ କଥା ହୋଇଛନ୍ତି। ହ୍ବାଇଟ ହାଉସ ପକ୍ଷରୁ ଏହା ବିଷୟରେ ସୂଚନା ଦେଇଛି।

ହ୍ବାଇଟ ହାଉସ ଅନୁଯାୟୀ ଆମେରିକାର ରାଷ୍ଟ୍ରପତି ତାଇପଙ୍କୁ ଶୀଘ୍ର ସ୍ବଡେନର ନାଟୋରେ ଯୋଗଦେବା ନେଇ ବାଇଡେନ ଇଚ୍ଛା ପ୍ରକାଶ କରିଛନ୍ତି। ବିଶ୍ୱର ସର୍ବବୃହତ ସୁରକ୍ଷା ମିଳିତ ମଞ୍ଚରେ ଯୋଗଦେବା ପାଇଁ ସ୍ବିଡେନ ଅନେକ ଅସୁବିଧାର ସମ୍ମୁଖୀନ ହେଉଛି, କାରଣ ତାଇପ ଏର୍ଦୋଗନ ସ୍ବିଡେନକୁ ନାଟୋରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତି ବିରୁଦ୍ଧରେ ଅଛନ୍ତି।

ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକରେ ନାଟୋ ସଦସ୍ୟତା ପାଇଁ ରାସ୍ତା ଅବରୋଧ ହଟାଇବାକୁ ସ୍ବିଡେନ ତୁର୍କୀକୁ ମନାଇବାରେ ବିଫଳ ହୋଇଛି। ଏଥି ସହ ନାଟୋ ସେକ୍ରେଟେରୀ ଜେନେରାଲ ଜେନ୍ସ ଷ୍ଟୋଲଟେନବର୍ଗ କହିଛନ୍ତି ସୋମବାର ଦିନ ଭିଲନିୟସରେ ସେ ତାଇପ ଏବଂ ସ୍ବିଡେନ ପ୍ରଧାନମନ୍ତ୍ରୀ ଉଲଫ କ୍ରିଷ୍ଟରସନଙ୍କ ମଧ୍ୟରେ ଏକ ବୈଠକ ଡକାଇବେ।

ଗତ ବର୍ଷ ସ୍ବଡେନ ଏବଂ ଫିନଲାଣ୍ଡ ନାଟୋ ସଦସ୍ୟତା ପାଇଁ ଆବେଦନ କରିଥିବାବେଳେ ଏପ୍ରିଲରେ ଫିନଲାଣ୍ଡର ନାଟୋ ସଦସ୍ୟତାକୁ ସବୁଜ ସଙ୍କେତ ମିଳିଥିଲା।

Share