ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଜୋ ବାଇଡେନ ଆଗରେ

ଓ୍ବାଶିଂଟନ୍‌,୪।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଏବେ ଭୋଟ ଗଣନା ଜାରି ରହିଛି। ପ୍ରାରମ୍ଭିକ ଗଣତି ଅନୁଯାୟୀ, ଡେମୋକ୍ରାଟ୍ସ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ ଅଗ୍ରଣୀ ଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପଛରେ ପଡିଯାଇଛନ୍ତି। ବାଇଡେନ ନ୍ୟୁ ଜର୍ସି, ନ୍ୟୁ ହାମ୍ପସାୟରରେ ଜିତିଛନ୍ତି। ସେହିପରି ଡୋନାଲ୍ଡ ଟ୍ରମ୍ପ ଉଟାହାରେ ଜିତିଛନ୍ତି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ମୋଟ ୨୭୦ଟି ଇଲେକ୍ଟୋରାଲ୍‌ ଭୋଟ ଆବଶ୍ୟକ। ନିର୍ବାଚନରେ ମୋଟ ଇଲେକ୍ଟୋରାଲ୍‌ ଭୋଟ ସଂଖ୍ୟା ୫୩୮ ରହିଛି। ଏଥର ଅଧିକାଂଶ ଭୋଟ ମେଲ-ଇନ ମାଧ୍ୟମରେ ଦିଆଯାଇଛି। ତେଣୁ ପ୍ରାରମ୍ଭିକ ଫଳାଫଳ ଏବଂ ଅନ୍ତିମ ଫଳାଫଳ ମଧ୍ୟରେ ଏକ ବିରାଟ ପାର୍ଥକ୍ୟ ହୋଇପାରେ। କେବଳ ଆମେରିକା ନୁହେଁ ସମଗ୍ର ବିଶ୍ୱ ଆମେରିକାର ନିର୍ବାଚନ ଫଳାଫଳ ଉପରେ ନଜର ରହିଛି।

Share