ନିର୍ବାଚନ ପରବର୍ତ୍ତୀ ହିଂସା ଆଶଙ୍କା କଲେ ଆମେରିକୀୟ ଭୋଟର

ଓ୍ବାଶିଂଟନ,୨୮ା୧୦: ୨୦୨୦ ଭଳି ଏଥର ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ପରେ ରାଜନୈତିକ ହିଂସାକାଣ୍ଡ ଘଟିପାରେ ବୋଲି ଅନେକେ ଆମେରିକୀୟ ଆଶଙ୍କା ବ୍ୟକ୍ତ କରିଛନ୍ତି। ନିକଟରେ ଏପି-ଏନ୍‌ଓଆର୍‌ସି ଜନମତ ସର୍ଭେରୁ ଏହା ଜଣାପଡ଼ିଛି। ହିଂସାକାଣ୍ଡ ଘଟିଲେ ନିର୍ବାଚନ ଫଳାଫଳ ପ୍ରଭାବିତ ହୋଇପାରେ। ରିପବ୍ଲିକାନ୍‌ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଯଦି ପରାଜିତ ହୁଏନ୍ତି, ସେ ଏହାକୁ ଗ୍ରହଣ କରିବେ ନାହିଁ ବୋଲି କହିଥିବାରୁ ଭୋଟରଙ୍କ ଚିନ୍ତା ବଢ଼ିଯାଇଛି। ଫଳାଫଳକୁ ବଦଳାଇବା ପାଇଁ ଟ୍ରମ୍ପ୍‌ଙ୍କ ଦଳ ପକ୍ଷରୁ ହିଂସାକାଣ୍ଡ ସୃଷ୍ଟି କରାଯାଇପାରେ। ଏପରି ହେଲେ ଗଣତନ୍ତ୍ର ଉପରେ ବ୍ୟାପକ ପ୍ରଭାବ ପଡ଼ିବ ବୋଲି ଜନମତ ପ୍ରକାଶ ପାଇଛି।

ଗଣତନ୍ତ୍ର ଉପରେ ପ୍ରାର୍ଥୀମାନଙ୍କ ପ୍ରଭାବକୁ ନେଇ ଡେମୋକ୍ରାଟ ଏବଂ ରିପବ୍ଲିକାନ୍‌ମାନେ ଭିନ୍ନ ମତ ଦେଇଛନ୍ତି। ନଭେମ୍ବର ୫ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବାବେଳେ ରିପବ୍ଲିକାନ୍‌ ପ୍ରାର୍ଥୀ ଟ୍ରମ୍ପ୍‌ ଏବଂ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜୋର୍‌ଦାର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାନାଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ୪ ଭାରତୀୟଙ୍କ ଚାଲିଗଲା ଜୀବନ

ଓଟ୍ଟାଓ୍ବା,୨୮ା୧୦: କାନାଡାର ଓଣ୍ଟାରିଓ ପ୍ରଦେଶରେ ଏକ କାର୍‌ ଦୁର୍ଘଟଣାରେ ୪ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣାରେ କାର୍‌ଟି...

ନୂତନ ଗ୍ରହ ଆବିଷ୍କାର କଲେ ବୈଜ୍ଞାନିକ: ପୃଥିବୀଠାରୁ ୫ ଗୁଣା ବଡ଼

ଅହମଦାବାଦ, ୨୮।୧୦:ଭାରତ ସରକାରଙ୍କ ମହାକାଶ ବିଭାଗ ଅଧୀନ ଅହମଦାବାଦସ୍ଥିତ ଫିଜିକାଲ ରିସର୍ଚ୍ଚ ଲାବରେଟୋରି(ପିଆର୍‌ଏଲ୍‌)ର ବୈଜ୍ଞାନିକମାନେ ସୋମବାର ବାହ୍ୟ ଗ୍ରହ ବିଜ୍ଞାନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଆବିଷ୍କାରର...

ଇସ୍ରାଏଲ୍‌ ଆକ୍ରମଣରେ ଗଲାଣି ୧୭୬ ସାମ୍ବାଦିକଙ୍କ ଜୀବନ

ଗାଜା ସିଟି,୨୮ା୧୦:ଗାଜାର ଏକ ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟ ଉପରେ ଇସ୍ରାଏଲ୍‌ର ବୋମାମାଡ଼ ଯୋଗୁ ୫ ଜଣ ଖବରଦାତାଙ୍କ ମୃତ୍ୟୁ ଘଟିଛି। ଏମାନଙ୍କୁ ମିଶାଇ ଗତବର୍ଷ ଅକ୍ଟୋବର...

ଚାଇନାକୁ ଟାର୍ଗେଟ କଲେ ଟ୍ରମ୍ପ, କହିଲେ ଆମେରିକା ନିକଟରେ ଅଛି…

ଓ୍ବାଶିଂଟନ,୨୮।୧୦: ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏକ ନିର୍ବାଚନ ରାଲିରେ କହିଛନ୍ତି ଯେ ଚାଇନା ସହିତ ବିବାଦ ହେଲେ ଆମେ ସେମାନଙ୍କୁ ପରାସ୍ତ...

ପ୍ରଧାନମନ୍ତ୍ରୀ ହିଁ ବନ୍ଦ କରିପାରିବେ ଯୁଦ୍ଧ, ମୋଦିଙ୍କ ଲିଡରଶିପକୁ ପ୍ରଶଂସା କଲେ ଜେଲନସ୍କି

କ୍ୱିଭ,୨୮।୧୦: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଅଢେଇ ବର୍ଷରୁ ଅଧିକ ସମୟ ବିତିଗଲାଣି। ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଲେଣି। ହେଲେ ଯୁଦ୍ଧ ବନ୍ଦ ହେବାର...

ଭାରତୀୟ ବଂଶୋଦ୍ଭବଙ୍କ ସହ ଆଜି ଦୀପାବଳି ପାଳିବେ ବାଇଡେନ

ଓ୍ବାଶିଂଟନ,୨୮ା୧୦: ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ଦୀପାବଳିକୁ କେତେ ପସନ୍ଦ କରନ୍ତି ତାହା ସମଗ୍ର ବିଶ୍ୱ ପୂର୍ବରୁ ମଧ୍ୟ ଦେଖିସାରିଛି। ପ୍ରତିବର୍ଷ ଏଠାରେ ଦୀପାବଳିର...

ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ମାତ୍ର ୯ ଦିନ ବାକି। ହ୍ବାଇଟ୍‌ ହାଉସ୍‌ ପାଇଁ ୨ ପ୍ରତିଦ୍ୱନ୍ଦ୍ୱୀ ଉପରାଷ୍ଟ୍ରପତି କମଲା ହାରିସ୍‌ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ...

ବାଂଲାଦେଶରେ ହିନ୍ଦୁ କର୍ମଚାରୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଉଛି

କୋଲକାତା,୨୭ା୧୦: ବାଂଲାଦେଶରେ ଶେଖ୍‌ ହାସିନାଙ୍କ ସରକାରର ପତନ ପରେ ମୌଳବାଦୀ ସଂଗଠନଗୁଡ଼ିକର ଶକ୍ତି ବୃଦ୍ଧି ପାଇବା ସହ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବଢ଼ିଛି। ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri