ଚାରି ଦିନର ସଂଘର୍ଷ ପରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ବିଜୟର ରାସ୍ତା ସ୍ପଷ୍ଟ ହୋଇଯାଇଛି। ଡେମୋକ୍ରାଟିକ ପାର୍ଟିର ବାଇଡେନ ଏହି ନିର୍ବାଚନରେ ଜିତିଛନ୍ତି ଏବଂ ସେ ଦେଶର ୪୬ତମ ରାଷ୍ଟ୍ରପତି ହେବେ। ୧୮୦୦ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସହ ଜଡିତ ଏକ ମଜାଦାର ଉପନ୍ୟାସ ରହିଛି। ୧୮୦୦ର ନିର୍ବାଚନରେ ତତ୍କାଳୀନ ଆମେରିକାର ରାଷ୍ଟ୍ରପତି ଜନ ଆଡାମସ ପରାସ୍ତ ହୋଇଥିଲେ। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଥୋମାସ ଜେଫରସନ ଜିତିଥିଲେ। କିନ୍ତୁ ପରାଜିତ ହେବା ସତ୍ତ୍ୱେ ଜନ ତାଙ୍କ କାର୍ଯ୍ୟ ଥୋମାସଙ୍କୁ ହସ୍ତାନ୍ତର କରିବାକୁ ମନା କରିଦେଲେ। କେବଳ ସେତିକି ନୁହେଁ, ଥୋମାସଙ୍କ ଶପଥ ଗ୍ରହଣ ସମାରୋହରେ ଜନ ଯୋଗ ଦେଇ ନ ଥିଲେ। ଏପରିକି ହ୍ବାଇଟ ହାଉସର କର୍ମଚାରୀମାନେ ମଧ୍ୟ ଏହି ସମାରୋହରେ ଯୋଗ ଦେଇପାରି ନ ଥିଲେ। ଜନ ଆଡାମସ ଜିଦ ଧରିଥିଲେ। ଏଭଳି ପରିସ୍ଥିତିରେ ସେ ହ୍ବାଇଟ ହାଉସ ଛାଡି ନ ଥିଲେ କି ଥୋମାସଙ୍କୁ ତାଙ୍କ ଦାୟିତ୍ୱ ନ୍ୟସ୍ତ କରି ନ ଥିଲେ। ଏହା ପରେ, ତାଙ୍କ ସହିତ ଯାହା ଘଟିଥିଲା ତାହା କଳ୍ପନା କରାଯାଇ ନ ଥିଲା। ରାଷ୍ଟ୍ରପତିଙ୍କ କର୍ମଚାରୀ ଜନଙ୍କ ନିର୍ଦ୍ଦେଶ ନେବା ବନ୍ଦ କରିଦେଲେ ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ମଧ୍ୟ ହଟାଗଲା। କେବଳ ଏତିକି ନୁହେଁ ତାଙ୍କର ସମସ୍ତ ସୁରକ୍ଷା ମଧ୍ୟ ହଟାଇ ଦିଆଯାଇଥିଲା। ନିର୍ବାଚନରେ ହାରିଯିବା ପରେ ହ୍ବା୍ଇଟ ହାଉସରେ ଥିବା ଜନଙ୍କୁ ସେନା, ସିଆଇଏ, ଏଫବିଆଇ ଏବଂ ହ୍ବାଇଟ ହାଉସର କର୍ମଚାରୀମାନେ ଅବହେଳା କରିବା ଆରମ୍ଭ କରିଥିଲେ। ଶେଷରେ, ନିଜକୁ ଅପମାନିତ ଦେଖି ଜନ ପରାଜୟ ଗ୍ରହଣ କଲେ। ସେ ଆନୁଷ୍ଠାନିକ ଭାବରେ ୧୮୦୧, ମାର୍ଚ୍ଚ ୪ରେ ଥୋମାସଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ।