ଆମେରିକା ରାଷ୍ଟ୍ରପତି ନିର୍ବାଚନ: ହିନ୍ଦୀ ଭାଷାରେ ହେଉଛି ପ୍ରଚାର

ୱାଶିଂଟନ,୧୩ ।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର କାର୍ଯ୍ୟ ମଧ୍ୟ ଯୋର ସୋରରେ ଚାଲିଛି । ଏବେ ସେଠାରେ ହିନ୍ଦୀରେ ‘ଟ୍ରମ୍ପ ହଟାଓ ଆମେରିକା ବଚାଓ, ଆମେରିକା ନେତା କୈସା ହୈ’ ଭଳି ସ୍ଲୋଗାନ ଦିଆଯାଉଥିବା ଦେଖାଯାଇଛି । ଆମେରିକାରେ ଥିବା ପ୍ରବାସି ଭାରତୀୟଙ୍କୁ ପ୍ରଲୋଭିତ କରିବାକୁ ଡେମୋକ୍ରାଟିକ ପାର୍ଟିର ସମର୍ଥକମାନେ ଏଭଳି ସ୍ଲୋଗାନ ଦେଉଥିବା କୁହାଯାଉଛି । କେବଳ ହିନ୍ଦୀ ନୁହେଁ ବରଂ ହିନ୍ଦୀ ସମେତ ପାଖାପାଖି ୧୪ଟି ଭାଷାରେ ଏମାନେ ପ୍ରଚାର କରୁଛନ୍ତି । ସିଲିକନ୍ ଭ୍ୟାଲି ସ୍ଥିତ ଜଣେ ଭାରତୀୟ-ଆମେରିକୀୟ ଦମ୍ପତି ହିନ୍ଦୀରେ ଏକ ଡିଜିଟାଲ ଗ୍ରାଫିକ୍ସ ଅଭିଯାନ ଆରମ୍ଭ କରିଛନ୍ତି । ଏଥିରେ ସେମାନେ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଓ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହ୍ୟାରିସଙ୍କୁ ସମର୍ଥନ କରିଛନ୍ତି ଓ ସେମାନଙ୍କ ସପକ୍ଷରେ ଭୋଟ ଦେବାକୁ କହିଛନ୍ତି । ଏଥିରେ କେତେଜଣ ଭାରତୀୟ ବଲିଉଡ୍‌କୁ ବି ସାମିଲ କରି କିଛି ଭିଡିଓ ଶେୟାର କରିଥିବା ଦେଖାଯାଇଛି ।

Share