Categories: ଜାତୀୟ

ଭାରତ-କାନାଡ଼ା ବିବାଦରେ ଆମେରିକାର ଏଣ୍ଟ୍ରି: କହିଲା ଆମକୁ ଉଭୟଙ୍କର ଚିନ୍ତା ଘାରିଛି…

ଓ୍ବାଶିଂଟନ,୨୬।୯: ଭାରତ-କାନାଡ଼ା ବିବାଦରେ ଆମେରିକାର ଏଣ୍ଟ୍ରି ହୋଇଛି। ଜଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟ୍ଟି କହିଛନ୍ତି ଆମେରିକା ଉଭୟ ଭାରତ ଏବଂ କାନାଡା ସହ ସମ୍ପର୍କକୁ ଗୁରୁତ୍ୱ ଦେଉଛି। ମଙ୍ଗଳବାର ସେ ଗଣମାଧ୍ୟମକୁ କହିଛନ୍ତି ଆମେ ଉଭୟ ଦେଶ ବିଷୟରେ ଚିନ୍ତା କରୁଛୁ ଏବଂ ସେମାନଙ୍କ ସମ୍ପର୍କକୁ ନେଇ ଆମେ ଚିନ୍ତିତ।

ଉଭୟଙ୍କ ସହ ଆମର ସମ୍ପର୍କ ବହୁତ ଭଲ। ମୁଁ ଭାବୁଛି ଆମ ସମସ୍ତଙ୍କୁ ନିଶ୍ଚିତ କରିବାକୁ ପଡିବ ସାର୍ବଭୌମତ୍ୱକୁ ଗମ୍ଭୀରତାର ସହ ନେଉଥିବା, ସୁରକ୍ଷାକୁ ଗମ୍ଭୀରତାର ସହ ଗ୍ରହଣ କରୁଥିବା ତଥା ଆମର ସମ୍ପର୍କର ସମ୍ଭାବନାକୁ ନେଇ ଆମେ ଏକତ୍ର ହୋଇପାରିବା।

ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦ୍ୱାରା ଭାରତରେ ଆତଙ୍କବାଦୀ ହରଦୀପ ନିଜ୍ଜରଙ୍କ ହତ୍ୟାକୁ ନେଇ ଆମେରିକା ଚିନ୍ତିତ ଅଛି।

ବୈଦେଶିକ ବିଭାଗର ମୁଖପାତ୍ର କହିଛନ୍ତି ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ଅଭିଯୋଗକୁ ନେଇ ଆମେ ଗଭୀର ଚିନ୍ତିତ। ଆମେ ଆମର କାନାଡିୟ ସହଭାଗୀମାନଙ୍କ ସହ ଘନିଷ୍ଠ ସମ୍ପର୍କରେ ଅଛୁ।

Share