ଆମେରିକା ରାଜଦୁତଙ୍କ ନିଶକୁ ନେଇ ଦକ୍ଷିଣ କୋରିଆରେ ହଙ୍ଗାମା

ସିଓଲ,୨୮।୭: ଆମେରିକା ରାଜଦୂତଙ୍କ ନିଶକୁ ନେଇ ଦକ୍ଷିଣ କୋରିଆରେ ବିବାଦ ସୃଷ୍ଟି ହୋଇଛି। ରାଜଦୂତ ହ୍ୟାରି ହାରିସ କ୍ଲିନ୍‌ ସେଭ ହେବା ପରେ ବିବାଦର ସମାପ୍ତ ହେବ ବୋଲି ଆଶା କରାଯାଉଛି। ଦକ୍ଷିଣ କୋରିଆ ସହ ଆମେରିକାର ସାମରିକ ସମ୍ପର୍କ ରହିଛି। ଦକ୍ଷିଣ କୋରିଆରେ ୨୮,୫୦୦ ଆମେରିକୀୟ ସୈନ୍ୟ ଅଛନ୍ତି। କିନ୍ତୁ ଦୁଇ ବର୍ଷ ହେବ ଦୁଇ ଦେଶ ମଧ୍ୟରେ ମତଭେଦ ଦେଖାଦେଇଛି। ଏହି ବିବାଦର କାରଣ ହେଉଛି ଉତ୍ତର କୋରିଆ ଏବଂ ସୁରକ୍ଷା ଖର୍ଚ୍ଚ ଭାଗ ପ୍ରସଙ୍ଗରେ ରହିଛି। ଏହି ପରିସ୍ଥିତିରେ ହ୍ୟାରି ଦକ୍ଷିଣ କୋରିଆରେ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ସେ ମନଇଚ୍ଛା କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କ ନିଶ ମଧ୍ୟ ବିତର୍କର କେନ୍ଦ୍ରରେ ଥିଲା। ସପ୍ତାହ ଶେଷରେ, ହ୍ୟାରି ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରିଥିଲେ। ଭିଡିଓରେ ତାଙ୍କୁ ଏକ ପାରମ୍ପରିକ କୋରିଆ ସେଲୁନରେ କ୍ଲିନ୍‌ ସେଭ୍‌ କରୁଥିବା ଦେଖିବାକୁ ମିଳିଥିଲା। ଅନେକ କୋରିଆବାସୀଙ୍କ ପାଇଁ ହ୍ୟାରିସଙ୍କ ନିଶ ଦକ୍ଷିଣ କୋରିଆ ଉପରେ ଜାପାନର ଔପନିବେଶିକ ଯୁଗକୁ ମନେ ପକାଉଥିଲା। ହ୍ୟାରିସଙ୍କ ପରିବାର ପୃଷ୍ଠଭୂମି ହେତୁ ଏପରି ହୋଇଥିଲା। ହ୍ୟାରିଙ୍କ ମାତା ଜାପାନର ଏବଂ ପିତା ଆମେରିକୀୟ ସନ୍ତାନ। ତାଙ୍କ ପିତା ଆମେରିକାର ନୌସେନାରେ ଜଣେ ଅଧିକାରୀ ଥିଲେ।

ସୂଚନାଯୋଗ୍ୟ, ୧୯୧୦ରୁ ୧୯୪୫ ପର୍ଯ୍ୟନ୍ତ ଜାପାନ କୋରିଆ ଉପଦ୍ୱୀପରେ ଶାସନ କରୁଥିଲା। ତେଣୁ ଦକ୍ଷିଣ କୋରିଆରେ ଏବେ ବି ଜାପାନ ଉପରେ ଅସନ୍ତୋଷର ଭାବନା ରହିଛି। ଜୁଲାଇ ୨୦୧୮ଠାରୁ ହ୍ୟାରିସ ସିଓଲରେ ନିଯୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବା ପଡିଲା ଭାରି: କାଙ୍ଗାଳ ହୋଇଗଲା ପାକିସ୍ତାନ!

ନୂଆଦିଲ୍ଲୀ,୧୮।୩: ୨୯ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ପାକିସ୍ତାନକୁ ଏକ ଆଇସିସି ଟୁର୍ନାମେଣ୍ଟ ଆୟୋଜନ କରିବାର ସୁଯୋଗ ମିଳିଥିଲା। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନିଜେ...

ନଅ ମାସ ପରେ ମହାକାଶ ଷ୍ଟେସନରୁ ଘରକୁ ଫେରୁଛନ୍ତି ସୁନିତା ୱିଲିୟମ୍ସ

ନୂଆଦିଲ୍ଲୀ,୧୮ା୩: ମହାକାଶରେ ଦୀର୍ଘ ନଅ ମାସର ଯାତ୍ରାର ଶେଷ କରି ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ମଙ୍ଗଳବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରୁ ଅନଡକ୍...

ଗାଜା ଷ୍ଟ୍ରିପରେ ପୁଣି ବୋମା ବର୍ଷା କଲା ଇସ୍ରାଏଲ: ୨୦୦ରୁ ଅଧିକ ପାଲେଷ୍ଟାନୀଙ୍କ ମୃତ୍ୟୁ

ଗାଜା,୧୮।୩: ଇସ୍ରାଏଲ ପୁଣି ଥରେ ଗାଜା ଷ୍ଟ୍ରିପରେ ଏକ ବଡ଼ ଆକ୍ରମଣ କରିଛି। ମଙ୍ଗଳବାର ସକାଳେ ଇସ୍ରାଏଲୀ ବିମାନ ଆକ୍ରମଣରେ ସମଗ୍ର ଗାଜା ଷ୍ଟ୍ରିପ ଥରି...

China Xi Jinping: ନିଜ ଦେଶରେ ବିଦ୍ରୋହର ସାମ୍ନା କରୁଛନ୍ତି ଜିନପିଙ୍ଗ: ଡ୍ରାଗନର ହଜିଲା ନିଦ

ବେଜିଂ,୧୮।୩: ଚାଇନାର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ରେ ସମ୍ପ୍ରତି ଅନେକ ବଡ଼ ପରିବର୍ତ୍ତନ ଦେଖାଯାଇଛି। ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନେତୃତ୍ୱରେ ଦୁର୍ନୀତି ଦୂରୀକରଣ ଅଭିଯାନର ଅଂଶ...

ଗାଜାରେ ଇସ୍ରାଏଲର ଭୟଙ୍କର ଆକ୍ରମଣ: ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ,୧୮ା୩: ମଙ୍ଗଳବାର ପ୍ରତ୍ୟୁଷରେ ଇସ୍ରାଏଲୀ ସେନା ଗାଜା ଷ୍ଟ୍ରିପ୍ ଉପରେ ଏକ ବଡ଼ ଧରଣର ଆକ୍ରମଣ ଆରମ୍ଭ କରିଛି। ଯାହା ପ୍ରାୟ ଦୁଇ ମାସ ପୂର୍ବେ...

ପାକିସ୍ତାନରେ ଖେଳଣା ବନ୍ଧୁକ ଉପରେ ଲାଗିଲା ପ୍ରତିବନ୍ଧକ: ଜାଣନ୍ତୁ କାହିଁକି

ପେଶାୱର,୧୭।୩: ପାକିସ୍ତାନର ପେଶାୱର ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେଉଥିବାରୁ ସ୍ଥାନୀୟ ପ୍ରଶାସନ ଖେଳଣା ବନ୍ଧୁକ ଏବଂ ଫୋଟକା ଉପରେ ସମ୍ପୂର୍ଣ୍ଣ ନିଷେଧ ଜାରି...

ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କୁ ପରମାଣୁ ଅସ୍ତ୍ର ବ୍ୟବହାର ନକରିବାକୁ ରାଜି କରାଇଥିଲେ: ପୋଲାଣ୍ଡ ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୩: ପୋଲାଣ୍ଡର ଉପ-ବୈଦେଶିକ ମନ୍ତ୍ରୀ ଏବଂ ରାଜ୍ୟ ସଚିବ, ୱାଡିସଲା ତେଓଫିଲ ବାର୍ଟୋସଜେୱସ୍କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ରଣନୈତିକ ପରମାଣୁ ଅସ୍ତ୍ର...

ପୋଡକାଷ୍ଟରେ ଚାଇନା ବିଷୟରେ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି, ଚାଇନା କଲା ବାଃ ବାଃ…

ନୂଆଦିଲ୍ଲୀ,୧୭।୩: ଲେକ୍ସ ଫ୍ରିଡମ୍ୟାନ ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନକୁ ଚାଇନା ସକାରାତ୍ମକ ପ୍ରତିକ୍ରିୟା ଦେଇଛି। ଚାଇନା ବୈଦେଶିକ ମନ୍ତ୍ରଣାଳୟ ଭାରତ-ଚାଇନା ସମ୍ପର୍କକୁ ମଜବୁତ କରିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image