ପ୍ରତିଶୋଧ ନେତା ନେଲା ଆମେରିକା, ୨ ରୁଷିଆ କୂଟନୀତିଜ୍ଞଙ୍କୁ ଦେଶ ଛାଡିବାକୁ ଦେଲା ନିର୍ଦ୍ଦେଶ

ଓ୍ବାଶିଂଟନ,୭।୧୦: ଆମେରିକା ଏବଂ ରୁଷିଆ ମଧ୍ୟରେ ତିକ୍ତତା ହ୍ରାସ ପରିବର୍ତ୍ତେ ବୃଦ୍ଧି ପାଉଛି। ୱାଶିଂଟନ ବର୍ତ୍ତମାନ ଦୁଇ ରୁଷିଆର କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଜାରି କରିଛି। ଏହାପୂର୍ବରୁ ମସ୍କୋ ଦୁଇ ଜଣ ଆମେରିକୀୟ କୂଟନୀତିଜ୍ଞଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା।

ରୁଷିଆ ଦୁଇ ଜଣ ଆମେରିକୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ଏହି ପଦକ୍ଷେପ ନେଇଛି। ସେମାନେ ସମ୍ବେଦନଶୀଳ ସୂଚନା ସଂଗ୍ରହ କରିଥିବା ଅଭିଯୋଗ ହୋଇଥିଲା। ତେବେ ଆମେରିକା ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି।

ସୱରାଷ୍ଟ୍ର ବିଭାଗର ମୁଖପାତ୍ର ମାଥ୍ୟୁ ମିଲର ସ୍ପଷ୍ଟ ଭାବରେ କହିଛନ୍ତି ଯେ ରୁଷ ସରକାରଙ୍କ ଅନୁପଯୁକ୍ତ ଆଚରଣକୁ ଆମେରିକା ବରଦାସ୍ତ କରିବ ନାହିଁ। ରୁଷିଆର କେଉଁ କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯାଇଛି ସେ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ସୂଚନା ମିଳିପାରିନାହିଁ, କିନ୍ତୁ ସେମାନଙ୍କୁ ସାତ ଦିନ ମଧ୍ୟରେ ଆମେରିକା ଛାଡିବାକୁ କୁହାଯାଇଛି। ଆମେରିକାର କୂଟନୀତିଜ୍ଞ ଜେଫ୍ରି ସିଲିନ ଏବଂ ଡେଭିଡ ବର୍ନଷ୍ଟିନଙ୍କୁ ମଧ୍ୟ ସମାନ ସମୟ ଦିଆଯାଇଥିଲା ଯାହାଙ୍କୁ ଗତ ମାସରେ ରୁଷିଆ ଛାଡିବାକୁ କୁହାଯାଇଥିଲା।

Share