Advertisement

ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ନେବ ୩ ଲକ୍ଷ ଲୋକଙ୍କ ଜୀବନ

ଓ୍ବାଶିଂଟନ,୭।୮: ଆମେରିକାରେ କରୋନା ସଂକ୍ରମଣ ଏବେବି କମିବାର ନାଁ ନେଉନି। ଦିନକୁ ଦିନ ଏଠାରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି। ଏବେସୁଦ୍ଧା ଆମେରିକାରେ କରୋନା ସଂକ୍ରମଣରେ ପାଖାପାଖି ୧ ଲକ୍ଷ ୬୦ ହଜାରରେ ପହଞ୍ଚି ସାରିଲାଣି। ଏହାକୁ ନଜରରେ ରଖି ୟୁନିଭର୍ସିଟି ଅଫ୍‌ ଓ୍ବାଶିଂଟନର କେତେଜଣ ଗବେଷକ କହିଛନ୍ତି ଆମେରିକାରେ ଚଳିତ ବର୍ଷ ଶେଷ ଅର୍ଥାତ୍‌ ଡିସେମ୍ବର ସୁଦ୍ଧା ୩ ଲକ୍ଷ ଲୋକଙ୍କର କେବଳ କରୋନା ସଂକ୍ରମଣରେ ମୃତ୍ୟୁ ହେବ। ଯଦି ଆମେରିକାବାସୀ ସଠିକ୍‌ ଭାବେ ମାସ୍କ ବ୍ୟବହାର କରନ୍ତି ତେବେ ୭୦ ହଜାର ଲୋକଙ୍କ ଜୀବନ ବଞ୍ଚିଯିବାର ସମ୍ଭାବନା ରହିଛି। ଡାକ୍ତର ଖ୍ରୀଷ୍ଟୋଫର ମରେଙ୍କ ସୂଚନା ଅନୁଯାୟୀ, ଆମେରିକାରେ ଯେତେବେଳେ କରୋନା ସଂକ୍ରମଣ ବୃଦ୍ଧି ହେଉଛି ସେତେବେଳେ ଲୋକେ ମାସ୍କ ପିନ୍ଧିବା ଆରମ୍ଭ କରୁଛନ୍ତି। ପୁଣି ଯେତେବେଳେ ଖବର ଆସୁଛି କି ସଂକ୍ରମଣ କମ୍‌ ହେଉଛି ସେତେବେଳେ ସେମାନେ ମାସ୍କ ପିନ୍ଧିବା ଛାଡି ଦେଉଛନ୍ତି। ଏମିତିକି ଆମେରିକାର ଲୋକେ ସାମାଜିକ ଦୂରତାକୁ ସମ୍ପୂର୍ଣ୍ଣ ଭାବେ ବେଖାତିର କରୁଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଏବେ କେବଳ ଆମେରିକାରେ ୪କୋଟି ୮୦ ଲକ୍ଷ ଲୋକ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share