କାନାଡୀୟ କୂଟନୀତିଜ୍ଞ ଭାରତ ଛାଡିବା ଉପରେ ଆମେରାକା ଚିନ୍ତିତ

ଓ୍ବାଶିଂଟନ,୨୧।୧୦: କାନାଡା କୂଟନୀତିଜ୍ଞମାନେ ଭାରତ ଛାଡିବା ନେଇ ଆମେରିକା ଚିନ୍ତା ପ୍ରକଟ କରିଛି। ଆମେରିକାର ବୈଦେଶିକ ବିଭାଗ ଶୁକ୍ରବାର ଏକ ବିବୃତ୍ତିରେ କହିଛି ଯେ, ଆମେରିକା ଆଶା କରୁଛି ଭାରତ କୂଟନୈତିକ ସମ୍ପର୍କ ଉପରେ ଭିଏନା କନଭେନଶନ ଅନୁଯାୟୀ ନିଜର ଦାୟିତ୍ୱର ପାଳନ କରିବ।

ବୈଦେଶିକ ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି, କାନାଡାର କୂଟନୀତିଜ୍ଞମାନେ ଭାରତ ଛାଡିବା ନେଇ ଆମେ ଚିନ୍ତିତ। କୂଟନୈତିକ ଉପସ୍ଥିତି ଅଭାବକୁ ଗୁରୁତ୍ୱ ନ ଦେବାକୁ ଏବଂ କାନାଡା ଅନୁସନ୍ଧାନରେ ସହଯୋଗ କରିବାକୁ ଆମେ ଭାରତ ସରକାରଙ୍କୁ ଅନୁରୋଧ କରିଛୁ।

ମିଲର କହିଛନ୍ତି , ମତଭେଦ ଦୂର କରିବା ପାଇଁ ସଂପୃକ୍ତ ଦେଶରେ କୂଟନୀତିଜ୍ଞଙ୍କ ଉପସ୍ଥିତି ଆବଶ୍ୟକ। କୂଟନୈତିକ ସମ୍ପର୍କ ଉପରେ ଭିଏନା କନଭେନଶନ ଅଧୀନରେ ଭାରତ ଏହାର ଦାୟିତ୍ୱଗୁଡିକ ପାଳନ କରିବ ବୋଲି ଆମେ ଆଶା କରୁଛୁ।

Share