କୋଭାକ୍ସିନର ଜରୁରିକାଳୀନ ବ୍ୟବହାରକୁ ମଞ୍ଜୁରୀ ଦେଲା ନାହିଁ ଆମେରିକା

ଓ୍ବାଶିଂଟନ୍‌,୧୧।୬: ଆମେରିକାରେ ଜରୁରିକାଳୀନ ବ୍ୟବହାର ପାଇଁ ସ୍ବଦେଶୀ ଟିକା କୋଭାକ୍ସିନ୍‌ ନିର୍ମାତା ଭାରତ ବାୟୋଟେକକୁ ଟିକିଏ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ। କୋଭାକ୍ସିନର ଜରୁରିକାଳୀନ ବ୍ୟବହାରକୁ ଅନୁମୋଦନ ନ କରିବାକୁ ଆମେରିକା ନିଷ୍ପତ୍ତି ନେଇଛି। ଆମେରିକାର ଫୁଡ୍‌ ଏବଂ ଆଡମିନିଷ୍ଟ୍ରେଶନ୍‌ (ଏଫଡିଏ) କୋଭାକ୍ସିନ ଟିକା ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ବାୟୋଟେକର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି। ଫଳରେ କମ୍ପାନୀକୁ ଆମେରିକାରେ ଏହାର ଟିକା ଆରମ୍ଭ କରିବାକୁ ଟିକିଏ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ। ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବେ ଓକୁଜେନ କୋଭାକ୍ସିନ୍‌ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମାଗି ଆମେରିକାର ଡ୍ରଗ ରେଗୁଲେଟର ଏଫଡିଏକୁ ଏକ ମାଷ୍ଟର ଫାଇଲ ପଠାଇଥିଲା।

Share