ଜଣେ ଭାରତୀୟ ଶିଖ ବିଚ୍ଛିନ୍ନତାବାଦୀଙ୍କୁ ହତ୍ୟା ପାଇଁ କରିଥିଲେ ଷଡଯନ୍ତ୍ର, ଅଭିଯୋଗ ଲଗାଇଲା ଆମେରିକା

ନୂଆଦିଲ୍ଲୀ, ୨୯ା୧୧: ଜଣେ ଭାରତୀୟ ନାଗରିକ ଶିଖ୍ ବିଚ୍ଛିନ୍ନତାବାଦୀ ନେତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛି ଆମେରିକା। ନ୍ୟୁୟର୍କର ଦକ୍ଷିଣ ଜିଲ୍ଲା ପାଇଁ ଆମେରିକାର ଓକିଲ ମାଥ୍ୟୁ ଜି. ଓଲସେନ୍ କହିଛନ୍ତି ଯେ ନିଖିଲ ଗୁପ୍ତା (୫୨) ଙ୍କ ଉପରେ ସୁପାରୀ ଦେଇ ହତ୍ୟା କରିବାକୁ ଯୋଜନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି, ଯେଉଁଥିରେ ତାଙ୍କୁ ସର୍ବାଧିକ ୧୦ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ।

ଆମେରିକାର ଅଧିକାରୀମାନେ କହିଛନ୍ତି ଯେ ନ୍ୟୁୟର୍କ ସହରରେ ରହୁଥିବା ଶିଖ ବିଚ୍ଛିନ୍ନତାବାଦୀ ନେତାଙ୍କ ହତ୍ୟା ପାଇଁ ଗୁପ୍ତା ହତ୍ୟାକାରୀଙ୍କୁ ଏକ ଲକ୍ଷ ଆମେରିକୀୟ ଡଲାର ଦେଇଥିବା ନିଖିଳ ସ୍ୱୀକାର କରିଛନ୍ତି। ଅଭିଯୋଗ ଅନୁଯାୟୀ, “ଜୁନ ୯, ୨୦୨୩ ରେ ଗୁପ୍ତା ହତ୍ୟାକାଣ୍ଡ ପାଇଁ ଚୁକ୍ତି କରିଥିଲେ, ଆଡଭାନ୍ସ ପେମେଣ୍ଟ ପାଇଁ ସେ ଜଣେ ସହଯୋଗୀଙ୍କ ପାଇଁ ନ୍ୟୁୟର୍କର ମ୍ୟାନହଟନରେ ହତ୍ୟାକାରୀଙ୍କୁ ୧୫ ହଜାର ଆମେରିକୀୟ ଡଲାର ନଗଦ ଦେବା ପାଇଁ ମଧ୍ୟ ବ୍ୟବସ୍ଥା କରିଥିଲେ।

ଏହି ମାମଲାରେ ଆମେରିକାର ନାଗରିକଙ୍କ ନାମକରଣ କରାଯାଇ ନାହିଁ, କିନ୍ତୁ ଫାଇନାନସିଆଲ ଟାଇମ୍ସ ଗତ ସପ୍ତାହରେ ଏକ କାହାଣୀ ପ୍ରକାଶ କରି ନାମ ନଥିବା ସୂତ୍ରରୁ ପ୍ରକାଶ ଯେ ଏଥିରେ ଆମେରିକାର କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଷିଦ୍ଧ ହୋଇଥିବା ‘ଶିଖ ଫର ଜଷ୍ଟିସ’ ସଂଗଠନର ଗୁରୁପତବନ୍ତ ସିଂ ପନ୍ନୁଙ୍କୁ ହତ୍ୟା କରିବାର ଷଡଯନ୍ତ୍ର କରାଯାଇଥିଲା। ଯାହା ବିଫଳ ହୋଇଥିଲା। ଏହା ସହିତ ଖବରରେ ହତ୍ୟା ଷଡ଼ଯନ୍ତ୍ରରେ ସଂପୃକ୍ତ ସଂପର୍କରେ ଭାରତ ସରକାରଙ୍କୁ ଏକ ଚେତାବନୀ ମଧ୍ୟ ଦିଆଯାଇଥିଲା।

Share