ଆମେରିକାର ପ୍ରଥମ ମହିଳାଙ୍କ ହେବ କ୍ୟାନ୍‌ସର ସର୍ଜରି

ଓ୍ବାଶିଂଟନ,୫।୧: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତ୍ରୀ ତଥା ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନଙ୍କ କ୍ୟାନ୍‌ସର ସର୍ଜରି ହେବ। ରାଷ୍ଟପତିଙ୍କ କାର୍ଯ୍ୟାଳୟ ଦେଇଥିବା ସୂଚନା ଅନୁଯାୟୀ, ଭୟଭୀତ ହେବାର କିଛି ନାହିଁ ଏବଂ ଏହି ସର୍ଜରି ବହୁତ ଛୋଟ। ହ୍ବାଇଟ ହାଉସର ଡା. କେଭିନ ଓ’କନର କହିଛନ୍ତି, ନିୟମିତ ଯାଞ୍ଚ ସମୟରେ ଜିଲଙ୍କ ମୁହଁରେ ଅତିରିକ୍ତ ଟିସୁ ଚିହ୍ନଟ ହୋଇଥିଲା। ତାଙ୍କ ସର୍ଜରି ଜାନୁଆରୀ ୧୧ରେ ୱାଶିଂଟନର ୱାଲ୍ଟର ରିଡ ମିଲିଟାରୀ ହସ୍ପିଟାଲରେ ହେବ।
ସୂଚନାଯୋଗ୍ୟ,ନିୟମିତ ଚର୍ମ କ୍ୟାନସର ସ୍କ୍ରିନିଂ ସମୟରେ ଜିଲଙ୍କ ଡାହାଣ ଆଖି ଉପରେ ଏକ ଛୋଟ ‘କ୍ୟାନସର ଟିସୁ’ ମିଳିଥିଲା। ଏହାକୁ ହଟାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ ଏବଂ ତା’ପରେ ତାଙ୍କର ସର୍ଜରି ଯୋଜନା କରାଯାଇଥିଲା। ତାଙ୍କ ଟିସୁକୁ ହଟାଇ ଦିଆଯିବ ଏବଂ ତା’ପରେ କିପରି ଆଗକୁ ବଢ଼ିବ ସେନେଇ ବିଶ୍ଳେଷଣ କରାଯିବ ବୋଲି ଡାକ୍ତରମାନେ କହିଛନ୍ତି।

Share