ଆଫଗାନିସ୍ତାନରେ ଆମେରିକାର ଏୟାର ଷ୍ଟ୍ରାଇକ

ୱାଶିଂଟନ,୨୩ ।୭: ଆମେରିକା ଆଫଗାନିସ୍ତାନ ଭିତରେ ଥିବା ତାଲିବାନର ଶିବିରକୁ ଟାର୍ଗେଟ କରି ବିମାନ ଆକ୍ରମଣ କରିଛି । ଏହାର ସୂଚନା ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ଦେଇଛି । ହେଲେ ଉକ୍ତ ଏୟାର ଷ୍ଟ୍ରାଇକରେ ତାଲିବାନର କେତେ ଶିବିର ନଷ୍ଟ ହୋଇଛି ତା’ର କୌଣସ ସୂଚନା ଦିଆଯାଇ ନାହିଁ । ପେଣ୍ଟାଗନର ପ୍ରବକ୍ତା ଜନ୍ କିର୍ବି ଆଫଗାନ ସରକାରଙ୍କ ସୁରକ୍ଷାକର୍ମୀଙ୍କ କଥା କହିବାକୁ ଯାଇ କହିଛନ୍ତିି କିଛିଦିନ ହେବ ଆମେ ଏଏନ୍‌ଡିଏସ୍‌ଏଫ୍‌କୁ ସମର୍ଥନ ଦେବାକୁ ଏୟାର ଷ୍ଟ୍ରାଇକ କରିଥିଲୁ । ଏହା ଆଗକୁ ବି ଜାରି ରହିବ ।

Share