‘ଡୋନାଲ୍ଡ ଟ୍ରମ୍ଫଙ୍କର ମୃତ୍ୟୁ ହୋଇ ସାରିଛି’, ପୂର୍ବତନ ରାଷ୍ଟ୍ରପତିଙ୍କ ପୁଅଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କରାଯାଇଥିବା ଦାବି ସତ ନା ମିଛ

ଓ୍ବାଶିଂଟନ,୨୧।୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କର ବଡ ପୁଅ ଜୁନିୟର ଟ୍ରମ୍ଫଙ୍କ ଏକ୍ସ(ପୂବ ଟୁଇଟର) ଆକାଉଣ୍ଟ ବୁଧବାର ହ୍ୟାକ ହୋଇଯାଇଛି। ଏହା ପରେ ତାଙ୍କ ଆକାଉଣ୍ଟରୁ ଅନେକ ଟୁଇଟ ପୋଷ୍ଟ କରାଯାଇଥିଲା । ଏହି ଟୁଇଟ ଗୁଡିକରେ ଅନେକ ଆପତ୍ତିଜନକ ଟୁଇଟ ଅନ୍ତର୍ଭୁକ୍ତ, ସେଥିମଧ୍ୟରୁ ଗୋଟିଏ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମତ୍ୟୁ ଖବର ସହିତ ଜଡିତ ଥିବା ଜଣାପଡିଛି।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ଡୋନାଲ୍ଡ ଟ୍ରମ୍ପ ଜୁନିୟର ସେପ୍ଟେମ୍ବର ୨୦ରେ ଡୋନାଲ୍ଡ ଟ୍ରମ୍ପ ଜନିୟରଙ୍କ ଅଫିସିଆଲ ଏକ୍ସ (ପୂର୍ବରୁ ଟୁଇଟର) ର ଏହି ପୋଷ୍ଟ ତାଙ୍କ ପ୍ରୋଫାଇଲରେ ସେୟାର କରାଯାଇଥିଲା। ତାଙ୍କ ପୋଷ୍ଟକୁ 1 ଲକ୍ଷ 40 ହଜାରରୁ ଅଧିକ ଥର ଦେଖାଯାଇଛି।
ଡୋନାଲ୍ଡ ଟ୍ରମ୍ପ ଜୁନିୟର କହିଛନ୍ତି ମୁଁ ୨୦୨୪ରେ ରାଷ୍ଟ୍ରପତି ପ୍ରାର୍ଥୀ ହେବି। ଯଦିଓ ଅନେକେ ନିଶ୍ଚିତ ହୋଇଥିଲେ ଯେ ଆକାଉଣ୍ଟ ହ୍ୟାକ ହୋଇଛି, ଅନେକ ଏକ୍ସ (ପୂର୍ବରୁ ଟୁଇଟର) ବ୍ୟବହାରକାରୀ ଏହି ଖବରକୁ ଚିନ୍ତାଜନକ ମନେ କରିଛନ୍ତି।

Share