୨.୫ ଲକ୍ଷ ଟୁଇଟର ଅକାଉଣ୍ଟ ବନ୍ଦ କରିବାକୁ ଆମେରିକା ସରକାରି କହିଥିଲେ: ଏଲନ ମସ୍କ…

ଓ୍ବାଶିଂଟନ,୪।୧ : ଏଲନ ମସ୍କ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରାୟ ୨.୫ ଲକ୍ଷ ଟୁଇଟର ଆକାଉଣ୍ଟ ବନ୍ଦ କରିବାକୁ ଆମେରିକା ସରକାର ଦାବି କରିଥିଲେ। ଏହି ଆକାଉଣ୍ଟ ଗଣମାଧ୍ୟମ ପ୍ରତିନିଧି ଏବଂ କାନାଡିଆନ ଅଧିକାରୀଙ୍କର ଥିଲା। ଗଣମାଧ୍ୟମ ପ୍ରତିନିଧି ମ୍ୟାଟ ଟାବିଙ୍କ ଦ୍ୱାରା ସାର୍ବଜନୀନ ହୋଇଥିବା ଟୱିଟର ଫାଇଲରେ ମସ୍କ ଏହା ପ୍ରକାଶ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ଟୁଇଟରରେ ରୁଷିଆର ହସ୍ତକ୍ଷେପ ହ୍ରାସ କରିବା ଏବଂ ଆମେରିକା କଂଗ୍ରେସ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବା ପାଇଁ ଟୁଇଟରରେ ଆମେରିକା ସରକାରଙ୍କ ଚାପ ବଢୁଥିବା ମ୍ୟାଟି ପ୍ରକାଶ କରିଛନ୍ତି। କେତେକ ଅକାଉଣ୍ଟ କରୋନା ମହାମାରୀର ଉତ୍ପତ୍ତି ଉପରେ ପ୍ରଶ୍ନ କରିଥିବାବେଳେ ଆକାଉଣ୍ଟଗୁଡ଼ିକ ଦୁଇ କିମ୍ବା ଅଧିକ ଚାଇନାର କୂଟନୀତିଜ୍ଞଙ୍କୁ ଫଲୋ କରୁଥିଲେ।

ଆମେରିକାର ବୈଦେଶିକ ବିଭାଗର ଗୁପ୍ତଚର ସଂସ୍ଥା ଗ୍ଲୋବାଲ ଏଗେଜମେଣ୍ଟ ସେଣ୍ଟର ସନ୍ଦେହଜନକ ଆକାଉଣ୍ଟ ତାଲିକା ଗଣମାଧ୍ୟମକୁ ସୂଚିତ କରିଥିଲା। ସୋସିଆଲ ମିଡିଆ କମ୍ପାନୀର କର୍ମଚାରୀଙ୍କ ଚାପ ପରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡି-ପ୍ଲାଟଫର୍ମ ହୋଇଥିଲେ।

Share