ଆମେରିକା ପ୍ରସ୍ତୁତ କରୁଛି ନୂଆ କରୋନା ଭାଇରସ!

ଓ୍ବାଶିଂଟନ, ୧୫।୮: ସମଗ୍ର ବିଶ୍ୱରେ କରୋନା ମହାମାରୀ ସଙ୍କଟ ଥମିବାର ନାଁ ଧରୁନି। ଏଥିରୁ ମୁକ୍ତି ପାଇବା ପାଇଁ ସବୁ ଦେଶ ଟିକା ତିଆରି କରିବାରେ ଲାଗିପଡ଼ିଛନ୍ତି। ଆମେରିକା ମଧ୍ୟ ଅନେକ ଟିକା ଉପରେ ପରୀକ୍ଷା ଚଳାଇଛି। ଆମେରିକା ଏବେ ଏକ ନୂଆ କରୋନା ଷ୍ଟ୍ରେନ୍‌ ପ୍ରସ୍ତୁତ କରୁଛି, ଯାହାକି ସୁସ୍ଥ ଲୋକକୁ ସଂକ୍ରମିତ କରିବ।
ଆମେରିକା ସରକାରଙ୍କ ସ୍ବାସ୍ଥ୍ୟ ଏଜେନ୍ସି ଅନୁଯାୟୀ, ନୂଆ କରୋନା ଭାଇରସ ପାଇଁ କାମ ଆରମ୍ଭ ହୋଇଛି। ଏଥିପାଇଁ ଟିକା ପରୀକ୍ଷଣ ହେବାକୁ ଥିବା ଲୋକଙ୍କୁ ଏହାର କିଛି ମାତ୍ରା ଦିଆଯାଇଥାଏ। ପରେ ସେମାନେ କେତେବେଳେ ଜୀବାଣୁ ସଂସ୍ପର୍ଶରେ ଆସିଛନ୍ତି ଅପେକ୍ଷା କରାଯାଏ। ଯେଉଁମାନେ ଜୀବାଣୁ ସଂସ୍ପର୍ଶରେ ଆସୁଛନ୍ତି, ସେମାନଙ୍କ ଶରୀର ଉପରେ ଏହାର ପ୍ରଭାବ ବିଶ୍ଲେଷଣ କରାଯାଇଥାଏ। ଯଦି ଉକ୍ତ ବ୍ୟକ୍ତି ରୋଗଗ୍ରସ୍ତ ହେଉ ନାହାନ୍ତି, ତେବେ ଏହି ଟିକା ସଫଳ ହେଲା ବୋଲି ବିବେଚନା କରାଯିବ। ଟିକା ନେବା ପରେ ସେମାନେ ଏହି ଭୂତାଣୁ ସଂସ୍ପର୍ଶରେ ଆସିବାକୁ ସମୟ ଲାଗିବ, ତେଣୁ ପରୀକ୍ଷାରେ ମଧ୍ୟ ବିଳମ୍ବ ହେବ। ଏହାକୁ ହ୍ୟୁମାନ ଚ୍ୟାଲେଞ୍ଜ ଟ୍ରାଏଲ କୁହାଯାଉଛି। ହ୍ୟୁମାନ ଚ୍ୟାଲେଞ୍ଜ ଟ୍ରାଏଲରେ ଭାଗ ନେଉଥିବା ଲୋକଙ୍କ ଜୀବନପ୍ରତି ବିପଦ ରହିଛି। ତେଣୁ ଏହାକୁ ନେଇ ବିବାଦ ମଧ୍ୟ ଲାଗିରହିଛି। କାରଣ ଏହି ଟିକା ସୁରକ୍ଷା ଯୋଗାଇବ ତାହା ନିଶ୍ଚିତ ହୋଇପାରି ନାହିଁ।
ରିପୋର୍ଟ ଅନୁଯାୟୀ, ଆମେରିକା ଏହି ନୂତନ କରୋନା ଭାଇରସ ପ୍ରସ୍ତୁତ କରିବାର କାର୍ଯ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଯଦି ଏହାକୁ ମନୁମତି ମିଳିଯାଏ ତେବେ ପ୍ରଥମରୁ ଚାଲୁଥିବା ଫେଜ୍‌-୩ ପରୀକ୍ଷାଠାରୁ ଏହା ଭିନ୍ନ ହେବ। ଏଥିସହ ଟିକା ଉତ୍ପାଦନକାରୀ ଏଷ୍ଟ୍ରାଜେନେକା ଏବଂ ଜନସନ ଆଣ୍ଡ ଜନସନ ମଧ୍ୟ କହିଛନ୍ତି ଯେ, ଆବଶ୍ୟକ ହେଲେ ହ୍ୟୁମାନ ଚ୍ୟାଲେଞ୍ଜର ବିଚାର କରାଯିବ।
ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ରୋଗ ପାଇଁ କୌଣସି ଟିକା ବାହାରି ନ ଥିବାରୁ ହ୍ୟୁମାନ ଚ୍ୟାଲେଞ୍ଜ ପରୀକ୍ଷା ବିପଜ୍ଜନକ ବୋଲି କୁହାଯାଉଛି।
ଜନ ହପକିନ୍ସ ବ୍ଲମବର୍ଗ ସ୍କୁଲ ଅପ୍‌ ପବ୍ଲିକ ହେଲ୍‌ଥର ଟିକା ଅନୁସନ୍ଧାରକାରୀ ଆନ୍ନା ଡର୍ବିନ କୁହନ୍ତି, ହ୍ୟୁମାନ ଚ୍ୟାଲେଞ୍ଚ ପରୀକ୍ଷା ଆରମ୍ଭ କରିବାକୁ ୯ରୁ ୧୨ ମାସ ସମୟ ଲାଗିଯିବ। ଏହାର ଫଳାଫଳ ଜାଣିବାକୁ ଆହୁରି ୬ ମାସ ଲାଗିଯିବ ବୋଲି ସେ କହିଛନ୍ତି।

Share