ଚାଇନା ଆକ୍ରମଣ ଆଶଙ୍କା ମଧ୍ୟରେ ଆମେରିକା ନାଗରିକଙ୍କୁ ତାଇୱାନରୁ ଫେରାଇ ଆଣିବାକୁ ଯୋଜନା କରୁଛି ଆମେରିକା

ଓ୍ବାଶିଂଟନ,୧୩।୬: ଆମେରିକାର ବାଇଡେନ ସରକାର ତାଇୱାନରେ ରହୁଥିବା ଆମେରିକୀୟ ନାଗରିକଙ୍କୁ ଫେରାଇ ଆଣିବାକୁ କରିବାକୁ ଯୋଜନା କରୁଛନ୍ତି। ମେସେଞ୍ଜର ନ୍ୟୁଜ ୱେବସାଇଟ ଅନୁଯାୟୀ, ଗତ ୬ ମାସ ଧରି ଆମେରିକା ନାଗରିକମାନଙ୍କୁ ତାଇୱାନରୁ ଫେରାଇ ଆଣିବା ପାଇଁ ଯୋଜନା କରିଛି।

ତେବେ ଗତ ୨ ମାସ ମଧ୍ୟରେ ସେ ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରିଛନ୍ତି। ଆମେରିକା ଭୟ କରୁଛି ଯେ ଚାଇନା ଯେକୌଣସି ସମୟରେ ତାଇୱାନ ଉପରେ ଆକ୍ରମଣ କରିପାରେ ଏବଂ ଆମେରିକୀୟ ନାଗରିକଙ୍କୁ ଅଧିକ କ୍ଷତି ସହିବାକୁ ପଡିବ।
ଆମେରିକାର ଜଣେ ବରିଷ୍ଠ ଗୁପ୍ତଚର ଅଧିକାରୀ କହିଛନ୍ତି ଯେ ଚାଇନା ଏବଂ ତାଇୱାନ ମଧ୍ୟରେ ବଢୁଥିବା ତିକ୍ତତାକୁ ଦୃଷ୍ଟିରେ ରଖି ଆମକୁ ଏହା କରିବାକୁ ପଡ଼ିବ।

Share