ଅସ୍ତ୍ରଶସ୍ତ୍ର କିଣିବା ବୟସ ୧୮ରୁ ୨୧ ହେବା ଆବଶ୍ୟକ: ବାଇଡେନ୍‌

ଓ୍ବାଶିଟନ୍‌,୩।୬:ଆମେରିକାରେ ବନ୍ଧୁକ ହିଂସାକୁ ନେଇ ରାଷ୍ଟ୍ରପତି ଜୋ ବାଇଡେନ ଉଦେ୍‌ବେଗ ପ୍ରକାଶ କହିଛନ୍ତି। ଶିଶୁ ଏବଂ ପରିବାରର ସୁରକ୍ଷା ପାଇଁ ୧୮ରୁ ୨୧ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ନିଷେଧ କିମ୍ବା କ୍ରୟ କରିବା ପାଇଁ ସର୍ବନିମ୍ନ ବୟସ ବଢାଇବା ଉପରେ ସେ ଜୋର ଦେଇଛନ୍ତି। ହ୍ବାଇଟ୍‌ ହାଉସ୍‌କୁ ସମ୍ବୋଧିତ ସେ କହିଛନ୍ତି, ଆମକୁ ଅସ୍ତ୍ରଶସ୍ତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ପଡିବ। ଯଦି ଆମେ ତାହା କରିପାରିବୁ ନାହିଁ, ତେବେ ଅନ୍ତତଃ ପକ୍ଷେ ଏହାକୁ କିଣିବାର ବୟସ ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରାଯିବା ଉଚିତ। ଏହା କାହାର ଅଧିକାର ଛଡ଼ାଇବା ବିଷୟରେ ନୁହେଁ, ବରଂ ପରିବାରର ସୁରକ୍ଷା ପାଇଁ ଏହା ନିତାନ୍ତ ଆବଶ୍ୟକ। ବନ୍ଧୁକ ମାଲିକମାନେ ସେମାନଙ୍କ ଦାୟିତ୍ୱବୋଧ ସହ ବ୍ୟବହାର କରିବା ଆବଶ୍ୟକ।
ସୂଚନାଯୋଗ୍ୟ,ମେ ୨୪ରେ, ଟେକ୍ସାସର ଏକ ପ୍ରାଥମିକ ବିଦ୍ୟାଳୟରେ ଗୁଳିକାଣ୍ଡ ଘଟିଥିଲା। ଏଥିରେ ୧୯ ଜଣ ଶିଶୁଙ୍କ ସମେତ ଅନେକ ଲୋକଙ୍କର ମୃତ୍ୟୁ ଘଟିଥିଲା।

Share