ଆମେରିକା ସୁପର ମାର୍କେଟରେ ଗୁଳିକାଣ୍ଡ: ଜଣେ ମୃତ

ୱାଶିଂଟନ,୨୪।୯: ଆମେରିକାର ଗୋଟିଏ ସୁପର ମାର୍କେଟରେ ଗୁଳିକାଣ୍ଡ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ଆମେରିକାର ମେମଫିସ ନିକଟରେ ଥିବା ସୁପର ମାର୍କେଟରେ ଏହି ଗୁଳିକାଣ୍ଡ ଘଟିଛି। ସେହିପରି ଗୁଳିମାଡ କରିଥିବା ବ୍ୟକ୍ତି ଜଣଙ୍କ ନିଜେ ମଧ୍ୟ ଆତ୍ମହତ୍ୟା କରିଛି। ଘଟଣା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଘଟଣା ପରେ ଗୁଳିକାଣ୍ଡ ଘଟିଥିବା କୋଲିରଭିଲ୍ଲେର କ୍ରୋଗର ଗ୍ରୋସରୀ ଷ୍ଟୋରରେ ଦଳା ଚକଟା ସ୍ଥିତି ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୋଲିସ ସୁପର ମାର୍କେଟ ନିକଟରେ ପହଞ୍ଚିଥିଲା। କର୍ମଚାରୀଙ୍କ ସହାୟତାରେ ବିଲଡିଂ ମଧ୍ୟରୁ ଲୋକଙ୍କୁ ଉଦ୍ଧାର କରାଯାଇଛି। ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

Share