Categories: ଜାତୀୟ

ଏସ୍‌-୪୦୦ ମିଶାଇଲ୍‌ ଡିଫେନ୍ସ୍‌ ସିଷ୍ଟମ୍‌ ବାଟରେ କଣ୍ଟା ସାଜିଛି ଆମେରିକା

ନୂଆଦିଲ୍ଲୀ,୧୬।୧: ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ରୁଷ୍‌ଠାରୁ ଏସ୍‌-୪୦୦ ମିଶାଇଲ୍‌ ଡିଫେନ୍ସ୍‌ ସିଷ୍ଟମ କିଣାଯିବା ଲାଗି ଚୁକ୍ତି ସ୍ବାକ୍ଷର ହୋଇଛି। ତେବେ ବାଟରେ ଆମେରିକା କଣ୍ଟା ସାଜିଛି। ଭାରତର ଏହି ଚୁକ୍ତିକୁ ରଦ୍ଦ କରିବା ଲାଗି ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କ ପ୍ରଶାସନ ପକ୍ଷରୁ ଚାପ ପକାଯାଉଛି। ଆମେରିକା ପକ୍ଷରୁ ଭାରତ ପ୍ରତି କୌଣସି କୋହଳ ବ୍ୟବସ୍ଥା ଗ୍ରହଣ କରାଯିବ ନାହିଁ ବୋଲି ଟ୍ରମ୍ପ୍‌ ସରକାର କହିଛନ୍ତି। ରୁଷ୍‌ ସହିତ ହୋଇଥିବା ଏହି ୫୫୦ କୋଟି ଡଲାରର ଏହି ଚୁକ୍ତି ପାଇଁ ହୁଏତ ଆମେରିକା ଭାରତ ଉପରେ ପ୍ରତିବନ୍ଧକ ଲଗାଇପାରେ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମତପୋଷଣ କରିଛନ୍ତି। ଏଭଳି ଏକ ଚୁକ୍ତି ନେଇ ପୂର୍ବରୁ ତୁର୍କୀ ଉପରେ ଆମେରିକା କଟକଣା ଜାରି କରି ସାରିଛି। ଭାରତ ରୁଷ୍‌ଠାରୁ ୫ଟି ଏସ୍‌-୪୦୦ ମିଶାଇଲ୍‌ ଡିଫେନ୍ସ୍‌ ସିଷ୍ଟମ୍‌ କିଣିବା ଲାଗି ଚୁକ୍ତି କରାଯାଇଛି।

Share