ଓ୍ବାଶିଂଟନ,୧୦।୭: ଗ୍ଲୋବାଲ ଫାୟାର୍ ପାୱାର୍ ଦୁନିଆର ସବୁଠାରୁ ଶକ୍ତିଶାଳୀ ସୈନିକମାନଙ୍କର ଏକ ତାଲିକା ପ୍ରକାଶ କରିଛି। ଗ୍ଲୋବାଲ ଫାୟାର ପାୱାର ଅନୁଯାୟୀ ଆମେରିକାରେ ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ ସାମରିକ ଶକ୍ତି ରହିଛି। ଏହି ତାଲିକାରେ ରୁଷିଆ ଦ୍ୱିତୀୟ ଏବଂ ଚାଇନା ତୃତୀୟ ସ୍ଥାନରେ ରହିଛି। ଏଥି ସହିତ ଭାରତ ଚତୁର୍ଥ ସ୍ଥାନରେ ରହିଥିବା ଜଣାପଡିଛି। ସେହିପରି ୫ମ ସ୍ଥାନରେ ବିଟ୍ରେନ, ଷଷ୍ଠରେ ଦକ୍ଷିଣ କୋରିଆ, ସପ୍ତମରେ ପାକିସ୍ତାନ, ଅଷ୍ଟମରେ ଜାପାନ, ନବମରେ ଫ୍ରାନ୍ସ ଏବଂ ଦଶମରେ ଇଟାଲୀ ରହିଛି।
ଗ୍ଲୋବାଲ ଫାୟାର ପାୱାର ଦ୍ୱାରା ପ୍ରକାଶିତ ‘ସାମରିକ ଶକ୍ତି ତାଲିକା ୨୦୨୩’ ରେ ଦୁନିଆର ଦୁର୍ବଳ ସାମରିକ ବାହିନୀ ଥିବା ଦେଶ ମଧ୍ୟ ସାମିଲ ରହିଛି। ଏଥିରେ ଭୁଟାନ ଏବଂ ଆଇସଲ୍ୟାଣ୍ଡ ଅନ୍ତର୍ଭୁକ୍ତ। ୬୦ରୁ ଅଧିକ କାରଣ ଉପରେ ସେମାନଙ୍କୁ ମୂଲ୍ୟାଙ୍କନ କରାଯାଇଛି।