ଯେଉଁ ଜଙ୍ଗଲରେ ନିଆଁ ଲାଗି ଯାଇଛି ୯୯ ଜଣଙ୍କର ଜୀବନ, ସେହି ସ୍ଥାନର ନାମ ଭୁଲିଗଲେ ବାଇଡେନ

ଓ୍ବାଶିଂଟନ୍‌,୧୬।୮: ଖବରଦାତାଙ୍କ ପ୍ରଶ୍ନ ଏବଂ ପ୍ରେସ କନଫରେନ୍ସ ସମୟରେ ଦେଇଥିବା ଜବାବ କାରଣରୁ ବିରୋଧୀଦଳର ଟାର୍ଗେଟରେ ରହିଆସୁଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏହାର କାରଣ ହେଉଛି ଆମେରିକାର ହୱାଇର ମାଉଇସ୍ଥିତ ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ଏପର୍ଯ୍ୟନ୍ତ ୯୯ଜଣ ଲୋକ ପ୍ରାଣ ହରାଇଛନ୍ତି। ତେବେ ପ୍ରେସ କନଫରେନ୍ସରେ ବାଇଡେନ ଅଗ୍ନିକାଣ୍ଡ ଘଟିଥିବା ସ୍ଥାନ ମାଉଇର ନାମ ଭୁଲିଯିବା କାରଣରୁ ପୁଣି ଟାର୍ଗେଟ୍‌ରେ ଅଛନ୍ତି।

ଗତ ସପ୍ତାହରୁ ହୱାଇର ମାଉଇ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡକୁ ଆମେରିକାର ଇତିହାସରେ ୧୦୦ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡ ବୋଲି କୁହାଯାଇଛି, ଯେଉଁଥିରେ ୯୯ଜଣ ପ୍ରାଣ ହରାଇଛନ୍ତି। ଏହି ବିଷୟରେ ରାଷ୍ଟ୍ରପତି ବାଇଡେନଙ୍କର ଏହା ପ୍ରଥମ ବିବୃତ୍ତି ଥିଲା। ନିକଟରେ ଖବରଦାତାମାନେ ବାଇଡେନଙ୍କୁ ହୱାଇ ଅଗ୍ନିକାଣ୍ଡ ବିଷୟରେ ପ୍ରଶ୍ନ ପଚାରିଥିଲେ, ସେତେବେଳେ ସେ ‘ନୋ କମେଣ୍ଟ’ କହି ଏହାକୁ ଏଡାଇ ଦେଇଥିଲେ। ସେବେଠାରୁ ସେ ସାରା ଦେଶରେ ଲୋକଙ୍କ ଟାର୍ଗେଟରେ ଆସିଥିଲେ।

ୱିସ୍କୋସିନରେ ମିଲୱାଉକିରେ ତାଙ୍କ ସରକାରଙ୍କ ଆର୍ଥିକ ଏଜେଣ୍ଡା ବିଷୟରେ କହିବା ପରେ ବାଇଡେନ ଅତିରିକ୍ତ ସମୟ ବାହାର କରି ହୱାଇ ଅଗ୍ନିକାଣ୍ଡ ବିଷୟରେ ଆଲୋଚନା କରିଥିଲେ। ତେବେ ଏହି ସମୟ ମଧ୍ୟରେ ଅଗ୍ନିକାଣ୍ଡ ଘଟିଥିବା ମାଉଇର ନାମ ଭୁଲି ଯାଇଥିଲେ। ବାଇଡେନ କହିଛନ୍ତି ଯେ ସେନା ହେଲିକପ୍ଟରଗୁଡିକ ସେହି ‘ବଡ ଦ୍ୱୀପ’ରେ ନିଆଁ ଲିଭାଇବା ପାଇଁ ପ୍ରୟାସରେ ନିୟୋଜିତ ଅଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ହୱାଇକୁ ‘ବଡ଼ ଦ୍ୱୀପ’ ମଧ୍ୟ କୁହାଯାଏ। ଅବଶ୍ୟ, ବାଇଡେନ ଏହି ସମୟରେ ମାଉଇଙ୍କୁ ମଧ୍ୟ ଉଲ୍ଲେଖ କରିନଥିଲେ ଏବଂ କେବଳ ହୱାଇ ରାଜ୍ୟ କଥା କହିଥଲେ।

Share