ଆମେରିକାରେ ହିଟ୍‌ ଓ୍ବେଭ୍‌: ୪୩ଡିଗ୍ରୀ ପାର୍‌ କଲା ତାପମାତ୍ରା, ୧୧କୋଟି ଲୋକଙ୍କୁ ଲୁ’ ଆଲର୍ଟ ଜାରି

ଓ୍ବାଶିଂଟନ୍‌,୧୫।୭:ଆମେରିକାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଭୀଷଣ ଗରମ ଯୋଗୁ ଆମେରିକୀୟମାନେ ନାହିଁ ନ ଥିବା ଅବସ୍ଥାରେ ସମ୍ମୁଖୀନ ହେଉଛନ୍ତି। ଆବଶ୍ୟକ ନଥିଲେ ଘରୁ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଦକ୍ଷିଣ-ପଶ୍ଚିମ ଆମେରିକାରୁ ୱାଶିଂଟନ ପର୍ଯ୍ୟନ୍ତ ସାରା ଦେଶ ପ୍ରବଳ ଗରମରେ ସିଝୁଛି।

ଆମେରିକାର ପାଣିପାଗ ବିଭାଗ ଦେଶର ୧୧୩କୋଟି ଲୋକଙ୍କୁ ହିଟ୍‌ଓ୍ବେଭ୍‌ ପାଇଁ ଆଲର୍ଟ କରିଛି। ପାଣିପାଗ ବିଭାଗ ଅନୁଯାୟୀ ଆଗାମୀ ଦିନରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ। ଏଥିପାଇଁ ସତର୍କତା ଜାରି କରିଛି।

Share