ଆମେରିକା ହିନ୍ଦୁ ମନ୍ଦିରରେ ଚୋରି, ଦାନବାକ୍ସ ଲୁଟିନେଲେ ଚୋର…

ଓ୍ବାଶିଂଟନ,୩୧।୧୦: ଆମେରିକାର କାଲିଫର୍ନିଆର ଏକ ହିନ୍ଦୁ ମନ୍ଦିରରେ ଚୋରମାନେ ଏକ ବଡ଼ ଚୋରି କରିଛନ୍ତି। ଚୋରମାନେ ଭାରତୀୟ ହିନ୍ଦୁ ସମ୍ପ୍ରଦାୟକୁ ଚକିତ କରି ମନ୍ଦିର ପରିସରରୁ ଏକ ଦାନ ବାକ୍ସ ଚୋରି କରିଛନ୍ତି। ରିପୋର୍ଟ ଅନୁଯାୟୀ ସୋମବାର-ମଙ୍ଗଳବାର ରାତି ପ୍ରାୟ ୨ଟା ୧୫ରେ ରେ ପାର୍କୱେ ପଡ଼ିଆରେ ଥିବା ହରି ଓମ ରାଧା କୃଷ୍ଣ ମନ୍ଦିରରେ ଏହି ଘଟଣା ଘଟିଛି।

ସାକ୍ରାମେଣ୍ଟୋ ପୋଲିସ ବିଭାଗ ଏକ ହିନ୍ଦୁ ମନ୍ଦିରରେ ଚୋରି ଘଟଣାର ତଦନ୍ତ କରୁଛି। କ’ଣ ଚୋରି ହୋଇଛି ତାହା ପୋଲିସ ପ୍ରକାଶ କରି ନାହିଁ। କିନ୍ତୁ ଏକ ଦାନ ବାକ୍ସ ଚୋରି ହୋଇଥିବା କୁହାଯାଉଛି। ମନ୍ଦିର କମ୍ପ୍ଲେକ୍ସରେ ସିସିଟିଭି ଭିଡିଓରେ ୬ଜଣ ସନ୍ଦିଗ୍ଧଙ୍କୁ ଦେଖିବାକୁ ମିଳୁଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ମନ୍ଦିର ଭିତରକୁ ଯାଇଥିଲେ।

ପୋଲିସ କହିଛି ଏହି ମାମଲାରେ କୌଣସି ଗିରଫ କରାଯାଇ ନାହିଁ, କିନ୍ତୁ ଘଟଣାର ତଦନ୍ତ ଜାରି ରହିଛି। ଏହି ଘଟଣାକୁ ନିନ୍ଦା କରାଯାଇଛି। ସିସିଟିଭି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Share