ବାଚସ୍ପତି ପଦରୁ ହଟିଲେ କେଭିନ ମ୍ୟାକାର୍ଥୀ

ଓ୍ବାଶିଂଟନ,୪।୧୦: ଆମେରିକାର ପ୍ରତିନିଧି ସଭାର ଅଧ୍ୟକ୍ଷ ପଦରୁ ରିପବ୍ଲିକାନ ସାଂସଦ କେଭିନ ମ୍ୟାକାର୍ଥୀଙ୍କୁ ହଟାଇ ଦିଆଯାଇଛି। ଆମେରିକା ସଂସଦ କଂଗ୍ରେସର ନିମ୍ନ ସଦନ ତଥା ପ୍ରତିନିଧି ସଭାର ମଙ୍ଗଳବାର ମ୍ୟାକାର୍ଥୀଙ୍କୁ ବାଚସ୍ପତି ପଦରୁ ହଟାଇବା ସପକ୍ଷରେ ମତ ଦେଇଛନ୍ତି। ଆମେରିକାର ଇତିହାସରେ ପ୍ରଥମ ଥର ପାଇଁ ଏହି ପ୍ରକାର ମତଦାନ ହୋଇଛି। ଏଥି ସହିତ, ବାଚସ୍ପତିଙ୍କୁ ଭୋଟ ମାଧ୍ୟମରେ ପଦବୀରୁ ହଟାଇବା ହେଉଛି ପ୍ରଥମ ଘଟଣା।

ମ୍ୟାକାର୍ଥୀ ମୋଟ ୨୬୯ ଦିନ ହାଉସ ବାଚସ୍ପତି ଭାବରେ କାର୍ଯ୍ୟ କରିଛନ୍ତି। ଜାନୁଆରୀ ୭, ୨୦୨୩ରେ ମ୍ୟାକାର୍ଥୀ ବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ ଏବଂ ମଙ୍ଗଳବାର ତାଙ୍କୁ ଏହି ପଦରୁ ବହିଷ୍କାର କରାଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗୃହକୁ ବର୍ତ୍ତମାନ ଏକ ନୂତନ ବାଚସ୍ପତି ଚୟନ କରିବାକୁ ପଡ଼ିବ।

Share