ୟୁକ୍ରେନ ସଙ୍କଟ: ଆମେରିକା ଗୁଇନ୍ଦା ବିଭାଗର ଦାବି, ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୁଟିନ

ୱାଶିଂଟନ,୨୧ ।୨: ଆମେରିକା ଗୁଇନ୍ଦା ବିଭାଗ ସୂତ୍ରରୁ ଦାବି କରାଯାଇଛି କି ରୁଷିଆ ଟ୍ୟାଙ୍କ ୟୁକ୍ରେନ୍ ଆଡକୁ ଅଗ୍ରସର ହେଉଛି । ଏହି ସୂତ୍ର ଅନୁଯାୟୀ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ରୁଷିଆ ସେନାଙ୍କୁ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ କୁଆଡେ ନିର୍ଦ୍ଦେଶ ଦେଇଛନ୍ତି ଓ ଏବେ ଆକ୍ରମଣ କରିବାର ଶେଷ ଯୋଜନା ଚାଲିଛି । ଏହି ଯୋଜନା ଅନୁଯାୟୀ, ରଷିଆ ପ୍ରଥମେ ମିଶାଇଲ ଓ ଆକାଶ ମାର୍ଗରୁ ଆକ୍ରମଣ ପରିବର୍ତ୍ତେ ସାଇବାର ଆକ୍ରମଣ କରିବାର ଯୋଜନା କରୁଛି । ଏହାପରେ ରୁଷିଆ ସେନା ବିଭିନ୍ନ ସହରକୁ ଅକ୍ତିୟାର କରିବେ । ରୁଷିଆ ସେନାଙ୍କ ଗାଡି, ଟ୍ୟାଙ୍କ ଉପରେ ଜେଡ ଅକ୍ଷର ପେଣ୍ଟ କରାଯାଇଛି ଆଉ ଏହି ଟ୍ୟାଙ୍କ ୟୁକ୍ରେନ ସୀମା ଆଡକୁ ଅଗ୍ରସର ହେଉଛି ବୋଲି କୁହାଯାଉଛି ।
ଏପରି ଚିହ୍ନ ଯୁଦ୍ଧସମୟରେ ମିତ୍ର ଓ ଶତ୍ରୁକୁ ଚିହ୍ନଟ କରିବାକୁ କରାଯାଇଥାଏ । ପ୍ରଥମେ ଏପରି ଚିହ୍ନ ଆମରିକା ଓ ବ୍ରିଟେନ ସେନା ଆରମ୍ଭ କରିଥିଲେ ।

Share