ଆମେରିକା-ଇରାନ ମୁହାଁମୁହିଁ: ଯୁଦ୍ଧକ୍ଷେତ୍ର ପାଲଟିଛି ସିରିଆ..

ଓ୍ବାଶିଂଟନ,୨୫।୩ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇରାନକୁ ଚେତାବନୀ ଦେଇଛନ୍ତି ଏବଂ କହିଛନ୍ତି ଯେ ଆମେରିକୀୟ ନାଗରିକଙ୍କୁ ବଞ୍ଚାଇବା ପାଇଁ ସେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସିରିଆରେ ଇରାନ ସମର୍ଥିତ ସୁରକ୍ଷା ବାହିନୀ ବିରୋଧରେ ଆମେରିକାର ଏୟାର ଷ୍ଟ୍ରାଇକ ପରେ ବାଇଡେନଙ୍କ ଏହି ବିବୃତ୍ତି ଆସିଛି। ଏଥି ସହିତ ସିରିଆର ଏକ ଆମେରିକୀୟ ବେସ ଉପରେ ଡ୍ରୋନ ଆକ୍ରମଣରେ ଜଣେ ଆମେରିକୀୟ କଣ୍ଟ୍ରାକ୍ଟରଙ୍କର ମୃତ୍ୟୁ ଘଟିଥିଲା ଏବଂ ପାଞ୍ଚ ଜଣ ଆମେରିକୀୟ ସୈନିକ ଆହତ ହୋଇଥିଲେ। ଆମେରିକା ଏଥିପାଇଁ ଇରାନକୁ ଦାୟୀ କରିଛି।

ଗୁରୁବାର ଆମେରିକା ଇରାନ ସମର୍ଥିତ ବାହିନୀର ବେସ ଉପରେ ଏୟାର ଷ୍ଟ୍ରାଇକ କରିଥିଲା। ଯେଉଁଥିରେ ଆମେରିକାର ଏଫ-୧୫ ଜେଟଗୁଡିକ ଇରାନର ଇସଲାମିକ ରିଭୋଲ୍ୟୁଶନାରୀ ଗାର୍ଡ କର୍ପସ ସଂଗଠନର ଦୁଇଟି ଟାର୍ଗେଟ ଉପରେ ଆକ୍ରମଣ କରିଥିଲା। ସିରିଆରେ ମାନବିକ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଏକ ସଂଗଠନ ଦାବି କରିଛି ଯେ ଆମେରିକୀୟ ଆକ୍ରମଣରେ ଇରାନ ସମର୍ଥିତ ଆଠଜଣ ସୈନିକ ନିହତ ହୋଇଛନ୍ତି। ଯଦିଓ ଇରାନର ଷ୍ଟେଟ ଟିଭି ଦାବି କରିଛି ଯେ ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ହୋଇନାହିଁ।

ତେବେ ଆମେରିକା-ଇରାନ ମୁହାଁମୁହିଁ ହେବା ଦ୍ୱାରା ସିରିଆ ଏବେ ଏକ ଯୁଦ୍ଧକ୍ଷେତ୍ର ପାଲଟିଛି। ଉଭୟ ଆମେରିକା ଏବଂ ଇରାନ ସିରିଆରେ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏହା ଦ୍ୱାରା ସିରିଆ ଅଯଥାରେ ବଳିର ଛେଳି ପାଳଟିଛି ବୋଲି ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ମାଛ ଧରୁଥିବାବେଳେ ଭାସିଗଲେ ୬ ମତ୍ସ୍ୟଜୀବୀ: ୫ ଜଣ ଉଦ୍ଧାର, ଜଣେ ନିଖୋଜ

ମହାକାଳପଡ଼ା,୧ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ବନ୍ତନାଶି-ମହାନଦୀ ମୁହାଣ ମାଉଥଠାରେ ମଙ୍ଗଳବାର ଅପରାହ୍ନରେ ୬...

ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିଲେ ଦୁର୍ବୃତ୍ତ

ବଡ଼ଗାଁ,୧ା୪(ଅଶୋକ ଷଡ଼ଙ୍ଗୀ): ବଡ଼ଗାଁ ଥାନା ଅଞ୍ଚଳରେ ମଙ୍ଗଳବାର ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି। ତୁଡାଲଗା ମଙ୍ଗଳ ମନ୍ଦିରରେ ଚାଲିଥିବା ନବରାତ୍ର...

ରାମନବମୀ ପାଇଁ ମୁତୟନ ହେବେ ୨୬ ପ୍ଲାଟୁନ୍‌ ଫୋର୍ସ: ସ୍ଥିତି ସମୀକ୍ଷା କଲେ କ୍ରାଇମବ୍ରାଞ୍ଚ ଡିଜି

ଭଦ୍ରକ,୧।୪(ସନାତନ ରାଉତ): ଭଦ୍ରକରେ ରାମନବମୀ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମଙ୍ଗଳବାର ଅପରାହ୍ନ ୫ଟାରେ ଏସ୍‌ପିଙ୍କ ଅଫିସ୍‌ରେ ସ୍ଥିତି ସମୀକ୍ଷା...

ଭାରତର ଶତ୍ରୁ ଦେଶକୁ ଝଟ୍‌କା ଦେଲା ଚାଇନା, କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୪: ଠିକ ଗୋଟିଏ ଦିନ ପୂର୍ବରୁ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ୟୁନୁସ, ସି ଜିନପିଙ୍ଗଙ୍କ ଗଡ଼କୁ ଯାଇଥିଲେ ଏବଂ ଭାରତକୁ ଜ୍ଞାନ ପ୍ରଦାନ କରୁଥିଲେ।...

୨୦୨୮ରେ ଟ୍ରମ୍ପ-ଓବାମାଙ୍କ ମଧ୍ୟରେ ହେବ ମହାମୁକାବିଲା? ଆମେରିକା ରାଜନୀତିରେ ହଇଚଇ

ଓ୍ବାଶିଂଟନ୍‌,୧।୪: ନିକଟରେ ଆମେରିକୀୟ ରାଜନୀତିରେ ଏକ ନୂଆ ବିତର୍କ ଆରମ୍ଭ ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ବାରାକ ଓବାମା 2028 ରେ ମୁହାଁମୁହିଁ ହେବେ କି?...

ଚାଲିଥିଲା ସେକ୍ସ ର଼୍ୟାକେଟ୍‌: ଗ୍ରାହକ ସାଜି ରାଣୀ ମହୁମାଛିଙ୍କ ସମେତ ୫ ଜଣଙ୍କୁ ଧରିଲା ପୋଲିସ

ରାଉରକେଲା,୧ା୪: ସୁନ୍ଦରଗଡ଼ ଜିଲା ଝିରପାଣି ଥାନା କୋଏଲ ନଗର ଅଞ୍ଚଳରେ ମଙ୍ଗଳବାର ଏକ ସେକ୍ସ ର଼୍ୟାକେଟ୍‌ ଠାବ ହୋଇଛି। ରାଣୀ ମହୁମାଛିଙ୍କ ସମେତ ୫ ଦେହଜୀବୀଙ୍କୁ...

ଭଡ଼ା ଘରେ ରହୁଛନ୍ତି ବାପା-ମା’: ଆଇପିଏଲରେ ଚମତ୍କାର କଲେ ପୁଅ

ନୂଆଦିଲ୍ଲୀ,୧।୪: ପ୍ରିୟାଂଶ ଆର୍ଯ୍ୟା ଆଇପିଏଲରେ ଡେବ୍ୟୁ କରିଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ଖେଳାଳି ଦ୍ରୁତ ୪୭ ରନ କରି ପଞ୍ଜାବ କିଙ୍ଗସକୁ ଏକ...

IPL 2025: ରୋହିତ ଶର୍ମାଙ୍କୁ ଇଗନୋର କଲେ ନୀତା ଅମ୍ବାନୀ, ସୋସିଆଲ ମିଡିଆରେ ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧।୪: ରୋହିତ ଶର୍ମାଙ୍କ ପାଇଁ ଆଇପିଏଲ ୨୦୨୫ କିଛି ଖାସ୍‌ ହୋଇନାହିଁ। ପ୍ରଥମ ତିନୋଟି ମ୍ୟାଚରେ ହିଟମ୍ୟାନଙ୍କ ପ୍ରଦର୍ଶନ ବହୁତ ଲଜ୍ଜାଜନକ ଥିଲା। ଏହି କାରଣରୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image