ଆମେରିକାକୁ ବ୍ୟାପିଲା ଇସ୍ରାଏଲ-ହମାସ ଯୁଦ୍ଧର ନିଆଁ

ନ୍ୟୁୟର୍କ,୨୬।୧୦: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଥମି ନ ଥିବାବେଳେ ଯୁଦ୍ଧର ପ୍ରଭାବ ଆମେରିକାରେ ଦେଖିବାକୁ ମିଳିଛି। ଇସ୍ରାଏଲକୁ ହମାସ ଅକ୍ରମଣ କରିବା ପରେ ଇସ୍ରାଏଲକୁ ସମର୍ଥନ କରିଛି ଆମେରିକା। ସେହି ଯୁଦ୍ଧର ନିଆଁ ବର୍ତ୍ତମାନ ଆମେରିକାରେ ଦେଖିବାକୁ ମିଳିଛି।
ନ୍ୟୁୟର୍କରେ ଏକ ଗୋଷ୍ଠୀ ପାଲେଷ୍ଟାଇନକୁ ସମର୍ଥନ କରି ସ୍ଲୋଗାନ ଦେବାରୁ ଇହୁଦି ଛାତ୍ରଙ୍କୁ କୁପର୍‌ ୟୁନିଅନର ଏକ ଲାଇବ୍ରେରୀରେ ଆଶ୍ରୟ ନେବାକୁ ପଡିଛି। ଛାତ୍ରୀଛାତ୍ରମାନେ ଲାଇବ୍ରେରୀରେ କବାଟ ବନ୍ଦ କରି ଲୁଚି ରହିବାବେଳେ ପ୍ରଦର୍ଶନକାରୀ କବାଟକୁ ବାଡେଇ ଭିତରକୁ ପଶିବାକୁ ଉଦ୍ୟମ କରିଛନ୍ତି।

ବିରୋଧ ପ୍ରଦର୍ଶନ ଥମିବା ପରେ ଇହୁଦି ଛାତ୍ରଙ୍କୁ ଲାଇବ୍ରେରୀରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିବା ନ୍ୟୁୟର୍କ ପୋଲିସ ସୂଚନା ଦେଇଛି।

Share