ଏଲନ ମସ୍କଙ୍କ ନ୍ୟୁରାଲିଂକ କମ୍ପାନୀର ଯାଞ୍ଚ ଆରମ୍ଭ କଲା ଆମେରିକା ପ୍ରଶାସନ

ୱାଶିଂଟନ,୬ ।୧୨: ଆମେରିକାର ଆଇନ ପ୍ରବର୍ତ୍ତନର ଅଧିକାରୀମାନେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ କମ୍ପାନୀ ନ୍ୟୁରାଲିଂକର ଯାଞ୍ଚ ଆରମ୍ଭ କରି ଦେଇଛନ୍ତି । ଏହି କମ୍ପାନୀ ମେଡିକାଲ ଡିଭାଇସ ତିଆରି କରିଥାଏ । ଆମେରିକା ପ୍ରଶାସନର ଅଧିକାରୀମାନେ ପ୍ରାଣୀ-କଲ୍ୟାଣ ଆଇନର ଉଲ୍ଲଂଘନକୁ ନେଇ ଏଲନ ମସ୍କଙ୍କ ଚିକିତ୍ସା ଉପକରଣ କମ୍ପାନୀ ନ୍ୟୁରାଲିଂକର ଯାଞ୍ଚ ଆରମ୍ଭ କରିଛନ୍ତି । କମ୍ପାନୀର କର୍ମଚାରୀମାନେ ପ୍ରାଣୀ ପରୀକ୍ଷଣ ଉପରେ ସୂଚନା ଦେଇଥିଲେ ଯାହକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ, ଅରବପତି ବ୍ୟବସାୟୀ, ଏଲନ ମସ୍କ ସାରା ବିଶ୍ୱକୁ ନ୍ୟୁରାଲିଂକ ଇଂପ୍ଲାଣ୍ଟ ଲଗାଇବାକୁ ଦାବି କରିଥିଲେ । ମସ୍କ ଦାବି କରିଥିଲେ ଆସନ୍ତା ୬ ମାସ ମଧ୍ୟରେ ଏହାର ମାନବୀୟ ପରୀକ୍ଷଣ ଆରମ୍ଭ ହୋଇଯିବ ଓ ସର୍ବପ୍ରଥମେ ଦୃଷ୍ଟି ବାଧିତ ଓ ପାରାଲିସିସ ବା ପକ୍ଷାଘାତ ରୋଗୀଙ୍କୁ ସାହାଯ୍ୟ ମିଳବ । ଏହିଭଳି ଡିଭାଇସ ଉପରେ କାମ କରି ସାରିଥିବା ପେନସିଲଭାନିୟା ବିଶ୍ୱବିଦ୍ୟାଳୟର ପେରେଲମେନ ସ୍କୁଲ ଅଫ ମେଡିସିନର ନ୍ୟୁରୋସର୍ଜନ ଓ ନ୍ୟୁରୋସାଇଣ୍ଟିଷ୍ଟ ଡେନିୟଲ ୟେଶୋର କହିଥିଲେ, ସେ ମସ୍କଙ୍କ ଦାବିଠାରୁ ଅଧିକ ହାର୍ଡୱେୟାରରେ ପ୍ରଭାବିତ ହୋଇଛନ୍ତି । ତଥାପି ଏହା ଶାରୀରିକ ଓ ମାନସିକ କ୍ଷମତାକୁ ପୁନଃସ୍ଥାପିତ କିମ୍ବା ନାଟକୀୟ ଭାବରେ ବଢାଇବାର କ୍ଷମତା ଥିବା ପରି ଦେଖାଯାଉ ନାହିଁ ।

Share