ସ୍ବାଧିନତା ଦିବସରେ ଲାଲ କିଲାରେ ମୋଦିଙ୍କ ହୁଙ୍କାର ଶୁଣିବେ ଆମେରିକା ସାଂସଦ

ନୂଆଦିଲ୍ଲୀ,୮।୮: ଅଗଷ୍ଟ ୧୫ ଅର୍ଥାତ୍‌ ସ୍ବାଧିନତା ଦିବସରେ ଲାଲ କିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ସ୍ବାଧୀନତା ଦିବସ ଅବସରରେ ଆମେରିକୀୟଙ୍କ ଏକ ଦ୍ୱିଦଳ ଗ୍ରୁପ ଭାରତ ଗସ୍ତ କରୁଛନ୍ତି। ଦ୍ୱିଦଳୀୟ ସଂସଦୀୟ ପ୍ରତିନିଧି ଦଳର ନେତୃତ୍ୱ ଭାରତୀୟ-ଆମେରିକୀୟ କଂଗ୍ରେସ କର୍ମୀ ରୋ ଖାନ୍ନା ଏବଂ କଂଗ୍ରେସ ସଦସ୍ୟ ମାଇକେଲ ୱାଲ୍ଟଜ ନେଉଛନ୍ତି। ଉଭୟ ଆମେରିକାର ହାଉସରେ ଦେଶର ସର୍ବବୃହତ ଦ୍ୱିପାକ୍ଷିକ ମିଳିତ ମଞ୍ଚର ’କଂଗ୍ରେସ କକସ ଅଫ ଇଣ୍ଡିଆ ଏବଂ ଇଣ୍ଡିଆନ ଆମେରିକାନ୍ସ’ର ସହ-ଚେୟାରମ୍ୟାନ ଅଟନ୍ତି।

ଆମେରିକାର ସାଂସଦମାନେ ରେଡ ଫୋର୍ଟ ପରିଦର୍ଶନ କରିବେ, ଯେଉଁଠାରେ ପ୍ରଧାନମନ୍ତ୍ରୀ ଭାରତର ସ୍ବାଧୀନତା ଦିବସରେ ଦେଶକୁ ସମ୍ବୋଧିତ କରିବେ। ଏହା ବ୍ୟତୀତ ଏମାନେ ହାଇଦ୍ରାବାଦ, ମୁମ୍ବାଇ ଏବଂ ନୂଆଦିଲ୍ଲୀରେ ବ୍ୟବସାୟ, ପ୍ରଯୁକ୍ତିବିଦ୍ୟା, ସରକାର ଏବଂ ବଲିଉଡ ସହ ଜଡିତ ଲୋକଙ୍କୁ ଭେଟିବେ। ମହାତ୍ମା ଗାନ୍ଧୀଙ୍କ ପାଇଁ ଉତ୍ସର୍ଗୀକୃତ ଐତିହାସିକ ସ୍ମାରକୀ ସ୍ଥଳ ରାଜଘାଟ ପରିଦର୍ଶନ କରିବେ।

Share