ଯାତ୍ରୀଙ୍କ ପୋଷାକରୁ ମିଳିଲା ୯ ସାପ

ଲସ୍‌ ଲଞ୍ଜେଲ୍ସ,୧୩।୩: ଜଣେ ବେଆଇନ ଚୋରଚାଲାଣକାରୀ ତାଙ୍କ ପୋଷାକରେ ସାପ ଓ ଶରୀସୃପ ଲୁଚାଇ ରଖିଥିଲେ। ଏହି ଶରୀସୃପଙ୍କୁ ସେ ଆମେରିକା ଆଣିବାକୁ ଉଦ୍ୟମ କରିଥିଲେ ବୋଲି କଷ୍ଟମ୍ସ ଅଧିକାରୀ କହିଛନ୍ତି।

ଉକ୍ତ ଯାତ୍ରୀ ତାଙ୍କ ପୂରା ଶରୀରରେ ମୋଟ ୫୨ ଶରୀସୃପ ଲୁଚାଇ ରଖିଥିଲେ। ଗତ ମାସରେ କାଲିଫର୍ନିଆର ସାନ ସିଡ୍‌ରୋ ସୀମାରେ ସେ ପ୍ରବେଶ ବେଳେ ଧରା ପଡ଼ିଥିଲେ। ତାଙ୍କ ପାଖରୁ ୪୩ ଶିଙ୍ଘ ଥିବା ଏଣ୍ଡୁଓ ଏବଂ ୯ ସାପ ମିଳିଥିଲା। ଏହି ଶରୀସୃପଙ୍କୁ ସେ ଜ୍ୟାକେଟ, ଟ୍ରାଉଜର, ଗୁପ୍ତାଙ୍ଗ ପାଖରେ ଲୁଚାଇ ରଖିଥିଲେ ବୋଲି ଅଧିକାରୀ କହିଛନ୍ତି।

“ଚୋରାଚାଲାଣକାରୀମାନେ ସେମାନଙ୍କ ପ୍ରଡକ୍ଟ ଭିତରକୁ ନେବା ପାଇ କିଛି ବି କରିପାରନ୍ତି। ସେମାନେ ସବର୍ଦା ନୂଆ ନୂଆ ଉପାୟ ଖୋଜନ୍ତି” ବୋଲି ଅଧିକାରୀ କହିଛନ୍ତି।

Share