Categories: ଫୁରସତ

ଅନ୍‌ଲାଇନ୍‌ରେ ଯୁବକ ଅର୍ଡର କରିଥିଲେ ମିଲ୍କଶେକ୍‌: ଆସିଲା ଏମିତି କିଛି, ଉଡିଗଲା ହୋଶ୍‌

ଆଜିକାଲି ମାର୍କେଟ୍‌ ଯିବା ପରିବର୍ତ୍ତେ ଲୋକେ ଘରେ ବସି ଅନଲାଇନ୍‌ରେ ଜିନିଷ ଅର୍ଡର କରିବାକୁ ବେଶି ଆଗ୍ରହ ପ୍ରକାଶ କରୁଛନ୍ତି। ବେଳେବେଳେ ଅନ୍‌ଲାଇନ୍‌ରେ ଜିତିଷ ଭଲ ପଡୁଥିବାବେଳେ ଆଉ କେତେକ ସମୟରେ ଖରାପ ପଡିଥାଏ। ନିକଟରେ ଅନ୍‌ଲାଇନ୍‌ ଅର୍ଡର କରି ଫସିଯାଇଛନ୍ତି ଜଣେ ଯୁବକ। କାଲେବ ଉଡ୍ସ ନାମକ ଏହି ଯୁବକ ଜଣଙ୍କ ଫୁଡ୍‌ ଆପ୍‌ ଜରିଆରେ ମିଳ୍କଶେକ୍‌ ଅର୍ଡର କରିଥିଲେ କିନ୍ତୁ ତାଙ୍କ ଏକ ପରିସ୍ରା ଡବା ମିଳିଥିବା ସେ ଅଭିଯୋଗ କରିଛନ୍ତି।
ସେ ବହୁତ ଉତ୍ସୁକତାର ସହ ପାର୍ଶଲ ଖୋଲିଥିଲେ। କିନ୍ତୁ ପାର୍ଶଲ ଖୋଲିବା ମାତ୍ରେ ସେ ଷ୍ଟ୍ର ଲଗାଇ ପିଇବାକୁ ଲାଗିଥିଲେ। କିନ୍ତୁ ପରେ ଜାଣିବାକୁ ପାଇଥିଲେ, ସେ ଯାହା ପିଉଛନ୍ତି ତାହା ମିଳ୍କଶେକ୍‌ ନୁହେଁ, ପରିସ୍ରା ଥିଲା। ଏହାପରେ ସେ ତୁରନ୍ତ ଡେଲିଭରି ପାର୍ଟନର୍‌ଙ୍କୁ ଫୋନ କରିଥିଲେ। ପରେ ଡେଲିଭରି ବୟ ନିଜ ଦୋଷ ମାନି କହିଥିଲେ, ବ୍ୟବସ୍ତବହୁଳ ସମୟରେ ସେ ଯେଉଁ ଡବାରେ ପରିସ୍ରା କରି ରଖିଥିଲେ ତାହା ଭୁଲ୍‌ରେ ସେ ଡେଲିଭର୍‌ କରି ଦେଇଛନ୍ତି।
କାଲେବ ତୁରନ୍ତ ଏନେଇ କମ୍ପାନୀକୁ ସୂଚନା ଦେଇଥିଲେ। ଏହି ଘଟଣାରେ କମ୍ପାନୀ ସମ୍ପୃକ୍ତ ଡେଲିଭରି ବୟଙ୍କୁ କାର୍ଯ୍ୟରୁ ହଟାଇଥିଲା।

Share