ହସ୍ପିଟାଲ ବେଡ୍‌ରେ ସ୍ତ୍ରୀଙ୍କ ଗଳାଚିପି ଦେଲେ ସ୍ବାମୀ: ଜାଣନ୍ତୁ ପଛରେ ରହିଛି କ’ଣ କାରଣ

ଓ୍ବାଶିଂଟନ,୮ା୫:ଆମେରିକାର ମିସୌରୀ ରାଜ୍ୟର କାନ୍‌ସାସ ସିଟିରେ ଜଣେ ୭୫ ବର୍ଷୀୟ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ମେଡିକାଲ ବିଲ୍‌ ପୈଠ କରି ନ ପାରି ହସ୍ପିଟାଲ ବେଡ୍‌ରେ ସ୍ତ୍ରୀଙ୍କୁ ଗଳାଚିପି ମାରିଦେଇଛନ୍ତି। ମହିଳା ଜଣକ ନିଦାନର ନୂଆ ପଦ୍ଧତି ଆପଣାଇବା ପାଇଁ ହସ୍ପିଟାଲ ଯାଇଥିବାବେଳେ ତାଙ୍କୁ ହତ୍ୟା କରାଯାଇଛି। ଆମେରିକାରେ ଚିକିତ୍ସା ଖର୍ଚ୍ଚ ବହୁ ଅଧିକ ହୋଇଥିବାବେଳେ କାନ୍‌ସାସ୍‌ ସିଟିରେ ଏହି ସଙ୍କଟ ଆହୁରି ତୀବ୍ର। ମହିଳା ଜଣଙ୍କ ରୋଗରେ ପ୍ରାଣ ହରାଇନାହାନ୍ତି, ବରଂ ଅତ୍ୟଧିକ ଚିକିତ୍ସା ଖର୍ଚ୍ଚ ଭରିବାରେ ଅକ୍ଷମତା ତାଙ୍କ ଜୀବନ ନେଇଛି। ମେଡିକାଲ ବିଲ୍‌ ପୈଠ କରି ନ ପାରି ସ୍ତ୍ରୀଙ୍କୁ ହତ୍ୟା କରିଥିବା ସ୍ବାମୀ ଜଣକ ପୋଲିସ ନିକଟରେ ସ୍ବୀକାର କରିଛନ୍ତି।

Share