ଅଷ୍ଟ୍ରେଲିଆରେ ଆମେରିକୀୟ ସୈନ୍ୟ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ମାନବେରା,୨୭।୮: ଅଷ୍ଟ୍ରେଲିଆରେ ସାମରିକ ଅଭ୍ୟାସ ବେଳେ ପ୍ରାୟ ୨୦ ଆମେରିକୀୟ ନୌସେନାଙ୍କୁ ନେଉଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଡାରୱିନ ଉତ୍ତରରେ ଥିବା ତିୱି ଦ୍ୱୀପପୁଞ୍ଜରେ ଏହି ଘଟଣା ଘଟିଛି। ଅଷ୍ଟ୍ରେଲୀୟ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି, ଏହି ଦୁର୍ଘଟଣା ପ୍ରିଡେଟର ରନ ୨୦୨୩ ସମୟରେ ହୋଇଛି। ଏହି ସାମରିକଭ୍ୟାସରେ ଆମେରିକା, ଅଷ୍ଟ୍ରେଲିଆ, ଫିଲିପାଇନ୍ସ, ତିମୋର-ଲେଷ୍ଟ ଏବଂ ଇଣ୍ଡୋନେସିଆର ୨୫୦୦ରୁ ଅଧିକ ସୈନ୍ୟ ତିୱି ଦ୍ୱୀପପୁଞ୍ଜରେ ଅଂଶଗ୍ରହଣ କରିଛନ୍ତି।

ଅଷ୍ଟ୍ରେଲିୟ ବ୍ରଡକାଷ୍ଟ କମ୍ପାନୀ (ଏବିସି) ଅନୁଯାୟୀ, ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ। ଯଦିଓ ସ୍କାଏ ନ୍ୟୁଜ ଅନୁସାରେ, କିଛି ସୈନିକ ନିଖୋଜ ଥିବାର ଖବର ମିଳିଛି।

Share